ଅକ୍ଷର ବ୍ୟୁରୋ: SCB ବୁଲି ଦେଖିଲେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ସଂନ୍ତୃପ୍ତ ମିଶ୍ର । କଟକ ବଡ ମେଡିକାଲ ଟ୍ରମା କେୟାର ଆଇସିୟୁର ଦୁର୍ଘଟଣାସ୍ଥଳ ବୁଲି ଦେଖିବା ସହ ସଂକଟାପନ୍ନ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ମେୟର ସୁବାସ ସିଂ ଓ ଅନ୍ୟ ମାନଙ୍କ ସହ ଆସି ପୁରା ଆଇସିୟୁ ଓ ନ୍ୟୁରୋ ସର୍ଜରୀ ବିଭାଗ ବାବଦରେ ପଚାରି ବୁଝିଥିଲେ । ପରେ ନିଜ ପ୍ରତିକ୍ରିୟାରେ ସେ କହିଥିଲେ, ଘଟଣା ଦୁଃଖଦାୟକ । ଏତେ ବଡ ମେଡିକାଲରେ ଏପରି ଘଟଣା ଘଟିଲା ପରେ କାହିଁକି ବଡ ବଡ ଅଧିକାରୀ ଏପରିକି ମନ୍ତ୍ରୀ ଉତ୍ତର ଦାୟିତ୍ୱ ନେଇ ଇସ୍ତଫା ଦେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ନ ହେଲା ନାହିଁ ବଡ ଅଧିକାରୀଙ୍କୁ ବହିସ୍କୃତ ନ କରି ତଳତଳିଆଙ୍କୁ ନିଲମ୍ବନ କଲେ କଣ ହେବ । ତେଣୁ ପୁରା ବଡ ମେଡିକାଲ ଓ ରାଜ୍ୟର ସମସ୍ତ ମେଡିକାଲର ବ୍ୟବସ୍ଥାକୁ ତୁରନ୍ତ ପୁଙ୍ଖାନୁପୁଙ୍ଖ ଭାବେ ପରୀକ୍ଷା କରାଯାଇ ମରାମତି କରିବାକୁ ସେ ଦାବୀ କରିଛନ୍ତି । ଖାଲି ଦୋଷ ପୂର୍ବ ସରକାରକୁ ଦେଲେ ଆପଣ ଲୋକଙ୍କ ରୋଷର ଶୀକାର ହେବେ ବୋଲି ସଂନ୍ତୃପ୍ତ କହିଛନ୍ତି ।
SCB ବୁଲି ଦେଖିଲେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ସଂନ୍ତୃପ୍ତ ମିଶ୍ର ।












Leave a Reply