କଟକ ଏସସିବି ମେଡିକାଲ କଲେଜରେ ବଡଧରଣର ଅଦଳବଦଳ; ଆଇସିୟୁ ଅଗ୍ନିକାଣ୍ଡ ଘଟଣା ପାଇଁ ୪ ଜଣଙ୍କୁ ନିଲମ୍ବିତ ।

ଅକ୍ଷର ବ୍ୟୁରୋ: କଟକ ଏସସିବି ମେଡିକାଲ କଲେଜରେ ବଡଧରଣର ଅଦଳବଦଳ । ମେଡିକାଲରେ ବଡ଼ ଅଗ୍ନିକାଣ୍ଡ ଅଘଟଣ ପରେ ବଦଳିଲେ ଏସସିବିର ଡିନ୍‌ ଓ ସୁପରିନ୍‌ଟେଣ୍ଡେଣ୍ଟ । ବାରିପଦା ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସିପାଲ ଥିବା ଡାକ୍ତର ପ୍ରତିଭା ପଣ୍ଡାଙ୍କୁ ଏସସିବି ମେଡିକାଲ କଲେଜର ଡିନ୍‌ ଓ ପ୍ରିନ୍ସିପାଲ ଭାବେ ମିଳିଛି ଗୁରୁଦାୟିତ୍ୱ । ଡାକ୍ତର ଲୁସି ଦାସଙ୍କ ସ୍ଥାନରେ ପ୍ରତିଭାଙ୍କୁ ମିଳିଛି ଏହି ଦାୟିତ୍ୱ । ଏପଟେ ଲୁସି ଦାସଙ୍କୁ ଖାଲିଥିବା ସିଟିଭିଏସ ତଥା କାର୍ଡିଓ ଥୋରାସିକ୍ ଆଣ୍ଡ ଭାସକୁଲାର ସର୍ଜରୀର ପ୍ରଫେସର ଭାବେ ନିଯୁକ୍ତି ମିଳିଛି । ଲୁସି ଦାସ ସ୍ତ୍ରୀ ରୋଗ ଓ ପ୍ରସୂତି ବିିଭାଗରେ ମଧ୍ୟ କାମ କରିପାରିବେ । 

ସେହିଭଳି ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ଏସସିବି ଏମସିଏଚର ସୁପରିନ୍‌ଟେଣ୍ଡେଣ୍ଟ ଭାବେ ନୂଆ ଦାୟିତ୍ୱ ମିଳିଛି । ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ବାରିପଦା ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସପାଲ ଭାବେ ଦାୟିତ୍ୱ ମିଳିଛି । ସେ SCBରେ ଅର୍ଥୋପେଡିକ୍ ବିଭାଗ ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ସେହିଭଳି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ୍ ଓ ହସ୍ପିଟାଲର ଅର୍ଥୋପେଡିକ ପ୍ରଫେସର ଥିବା ସତ୍ୟଜିତ ରାୟ, ଏସସିବିରେ ଅର୍ଥୋପେଡିକ୍ ପ୍ରଫେସର ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ କିଛି ଦିନ ପୂର୍ବେ କଟକ ବଡ ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା । ଆଇସିୟୁରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ୧୩ ଜଣଙ୍କ ଜୀବନ ଯାଇଛି । ଏହି ଅଗ୍ନିକାଣ୍ଡ ପାଇଁ ସରକାର ୪ ଜଣଙ୍କୁ ନିଲମ୍ବିତ କରିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)