ଟମାଟୋର ଅଭାବୀ ବିକ୍ରି; ଏକର ଏକର ଟମାଟୋ ଜମିରେ ପଡ଼ି ନଷ୍ଟ ।

ଅକ୍ଷର ବ୍ୟୁରୋ: ଟମାଟୋର ଅଭାବୀ ବିକ୍ରି । ଶିକାର ହେଉଛନ୍ତି ଚାଷୀ । କିଲୋ ପ୍ରତି ଦର ଏକ ଟଙ୍କାରେ ନେଉ ନାହାନ୍ତି ବେପାରୀ । ଫଳରେ ଏକର ଏକର ଜମିରେ ଫଳିଥିବା ଟମାଟୋ ଚାଷୀ ଆଉ ତଳୁ ନାହାନ୍ତି । ଜମିରେ ପଡ଼ି ପଚିଷଢ଼ି ଯାଉଛି । ଏପରି ଘଟଣା ଦେଖିବାକୁ ମିଳିଛି ଆସିକା ବ୍ଳକ କର୍ଣ୍ଣଳି ଗ୍ରାମରେ । ଗ୍ରାମର ୧୫୦ ଏକର ଜମିରେ ଚାଷୀ ଟମାଟୋ ଚାଷ କରିଥିଲେ । ହେଲେ ଅଭାବି ବିକ୍ରିର ଶିକାର ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଧାର କରଜ କରି ତଳି ପକାଇବା ଠାରୁ ଆରମ୍ଭ କରି ଗଛରେ ଟମାଟୋ ଫଳିବା ପର୍ଯ୍ୟନ୍ତ ଚାଷୀ ଦିନ ରାତି ପରିବାର କୁଟୁମ୍ବକୁ ଧରି ଟମାଟୋ ଚାଷ କରିଥିଲେ । ହେଲେ ଏବେ ଆଦାୟ ବେଳକୁ ଅଭାବି ବିକ୍ରି ଚାଷୀଙ୍କ ନିଦ ହଜାଇ ଦେଇଛି । ଏହି ସମୟରେ ଶୀତଳ ଭଣ୍ଡାର ଆବଶ୍ୟକତା ରହିଛି ହେଲେ ତାହା ନାହିଁ । ଫଳରେ ଚାଷୀ କ୍ଷତି ସହୁଛନ୍ତି । ତେଣୁ ସ୍ଥାନୀୟ ଅଞ୍ଚଳରେ ଶୀତଳ ଭଣ୍ଡାର ପାଇଁ ଚାଷୀ ଦାବି କରିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)