ଅକ୍ଷର ବ୍ୟୁରୋ: ଦିଲ୍ଲୀ ବିଧାନସଭା ଓ ମେଟ୍ରୋ ଷ୍ଟେସନକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ଗୋଟିଏ ଇ-ମେଲ୍ରେ ସାରା ଦିଲ୍ଲୀରେ ଖେଳିଯାଇଛି ଆତଙ୍କ । ହାଇ-ଆଲର୍ଟରେ ସୁରକ୍ଷା ବାହିନୀ । ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କ ପାଖକୁ ଆସିଛି ଏହି ଧମକପୂର୍ଣ୍ଣ ଇ-ମେଲ୍ । ବିଧାନସଭା ସହ ବିଧାନସଭା ମେଟ୍ରୋ ଷ୍ଟେସନକୁ ମଧ୍ୟ ଉଡ଼ାଇ ଦେବାକୁ ଏଥିରେ ଲେଖାଯାଇଛି । ଖବର ପାଇବା କ୍ଷଣି ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ପୋଲିସ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ୍ । ତଥାପି ଏପର୍ଯ୍ୟନ୍ତ ତଲାସିରେ କିଛି ସନ୍ଦେହଜନକ ଜିନିଷ ମିଳିନାହିଁ । ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । କିଏ ଏହି ଇ-ମେଲ୍ ପଠାଇଲା ? ଏହା କୌଣସି ଆତଙ୍କବାଦୀ ସଂଗଠନର ଚାଲ୍ ନା କେହି ଦୁର୍ବୃତ୍ତର ମଜାକ୍ ? ତାକୁ ନେଇ ସାଇବର ସେଲ୍ ଏବଂ ଦିଲ୍ଲୀ ପୋଲିସ ତନାଘନା ଆରମ୍ଭ କରିଛି ।
ଦିଲ୍ଲୀ ବିଧାନସଭା ଓ ମେଟ୍ରୋ ଷ୍ଟେସନକୁ ଉଡ଼ାଇ ଦେବାକୁ ଧମକ; ବାଚସ୍ପତିଙ୍କ ପାଖକୁ ଆସିଛି ଏହି ଧମକପୂର୍ଣ୍ଣ ଇ-ମେଲ୍ ।












Leave a Reply