ବିଧାନସଭାରେ ‘ଆମବସ’କୁ ନେଇ ଆସିଲା ତଥ୍ୟ; ଗତ ୨ବର୍ଷରେ ୩୨ଟି ଦୁର୍ଘଟଣା, ୧୪ ଜଣ ମୃତ୍ୟୁ ଓ ୧୮ ଜଣ ଗୁରୁତର ଆହତ ।

ଅକ୍ଷର ବ୍ୟୁରୋ: ‘ଆମବସ’କୁ ନେଇ ବିଧାନସଭାରେ ଆସିଲା ସାଂଘାତିକ ତଥ୍ୟ । ଗତ ୨ ବର୍ଷରେ ୩୨ଟି ଦୁର୍ଘଟଣା ଘଟାଇଛି ଆମବସ୍ । ଏହି ୩୨ଟି ଦୁର୍ଘଟଣାରେ ୧୪ ଜଣଙ୍କ ଜୀବନ ଯାଇଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗତ କିଛି ଦିନ ମଧ୍ୟରେ ବାରମ୍ବାର ଆମବସ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବେପରୁଆ ଗାଡିଚାଳନା ପାଇଁ ଅନେକ ସ୍ଥାନରେ ଏଭଳି ଦୁର୍ଘଟଣା ହେଉଛି । ଯାହାକୁ ନେଇ ସାଧାରଣ ଲୋକ ଆମ ବସ୍‌କୁ ଭଙ୍ଗାରୁଜା କରୁଥିବାର ନଜର ଆସିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)