ମାଓବାଦୀଙ୍କୁ ଚେତାବନୀ ଦେଲେ ପୁଲିସ ଡିଜି ଓ୍ୱାଇ.ବି ଖୁରନିଆ; ଡେଡଲାଇନ୍ ପୂରଣ ହେବାକୁ ଆଉ ମାତ୍ର ୨ ଦିନ, ସରେଣ୍ଡର ନକଲେ ସୁରକ୍ଷାକର୍ମୀଙ୍କୁ ସାମ୍ନା ।

ଅକ୍ଷର ବ୍ୟୁରୋ: ଫୁଲବାଣୀରେ ମାଓ ସ୍ଥିତି ସମୀକ୍ଷା କରିଛନ୍ତି ଓଡ଼ିଶା ପୁଲିସ ଡିଜି ଓ୍ୱାଇ.ବି ଖୁରନିଆ । ସ୍ଥିତି ସମୀକ୍ଷା କରି ଓ୍ୱାଇ.ବି ଖୁରନିଆ କହିଛନ୍ତି, ଡେଡଲାଇନ୍ ପୂରଣ ହେବାକୁ ଆଉ ମାତ୍ର ୨ ଦିନ । ଯଦି ଏହି ସମୟ ମଧ୍ୟରେ ସରେଣ୍ଡର ନକରନ୍ତି । ତେବେ ସୁରକ୍ଷାକର୍ମୀଙ୍କୁ ସାମ୍ନା କରିବାକୁ ପଡ଼ିବ । ଏସବୁ ମଧ୍ୟରେ କନ୍ଧମାଳ ଜିଲ୍ଲାରେ କିଛି ମାଓବାଦୀମାନେ ରହିଛନ୍ତି । ତେଣୁ ସେମାନଙ୍କୁ କିଭଳି ଧରାଯିବ, ସେନେଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି ।

ଗତ ବର୍ଷକ ମଧ୍ୟରେ ୭୭ ମାଓବାଦୀ ସରଣ୍ଡେର କରିଛନ୍ତି । ବାକି ୨୭ ଜଣ ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି । ଗତ ଜାନୁଆରୀ ୨୫ରେ ୧୭ ଜଣ ନିପାତ ହୋଇଥିଲେ । ରିଆବନ୍ଧ ସୀମାନ୍ତ ଅପରେସନ୍ରେ ୧୭ ଜଣ ନିପାତ। ଓଡ଼ିଶାରେ ସିଙ୍ଗଲ ଡିଜିଟ୍କୁ ଖସିଛି ମାଓବାଦୀଙ୍କ ସଂଖ୍ୟା । କନ୍ଧମାଳ -ରାୟଗଡ଼ା- କଳାହାଣ୍ଡିରେ କିଛି ନକ୍ସଲ ଅଛନ୍ତି । ତେଣୁ ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ମାଓବାଦୀମାନେ ସରେଣ୍ଡର କରିଦିଅନ୍ତୁ । ନହେଲେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସାମ୍ନା କରିବାକୁ ପଡ଼ିବ ବୋଲି ବୈଠକ ଶେଷ ପରେ ପୁଲିସ ଡିଜି କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)