ରାଜଧାନୀରେ ପୁଣି ଗଣଦୁଷ୍କର୍ମ ଶିକାର ହେଲେ ମହିଳା; ଷ୍ଟେସନରେ ଛାଡିବା ଆଳ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।

ଅକ୍ଷର ବ୍ୟୁରୋ: ରାଜଧାନୀରେ ପୁଣି ଗଣଦୁଷ୍କର୍ମ ଶିକାର ହେଲେ ମହିଳା । ଷ୍ଟେସନରେ ଛାଡିବା ଆଳ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ । ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ଏହି ବୀଭତ୍ସ କାଣ୍ଡ । ସାହାରା ଦେବାକୁ ଯାଇ ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ଦୁର୍ବୁତ୍ତ । ଭୁବନେଶ୍ୱର ଡିସିପି ଏହି ସୂଚନା ଦେଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତଙ୍କୁ କାବୁ କରିବା ସହ ଆଜି କୋର୍ଟଚାଲାଣ କରିଛି ପୋଲିସ ।

ମିଳିଥିବା ସୂଚନା ମୁତାବକ, ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ପାଖକୁ ଆସିଥିଲେ । ତାଙ୍କ ସ୍ବାମୀ ଚନ୍ଦକା ଅଞ୍ଚଳରେ ଏକ ଘରୋଇ ଅନୁଷ୍ଠାନରେ କାମ କରୁଥିବା ବେଳେ ସେ ତମାଣ୍ଡୋ ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ସ୍ବାମୀଙ୍କ ସହିତ କୌଣସି କାରଣବଶତଃ ମହିଳାଙ୍କର ଝଗଡା ହୋଇଥିବା ବେଳେ ମହିଳା ଜଣଙ୍କ ପୁଣି ପଶ୍ଚିମବଙ୍ଗ ଫେରିଯିବା ପାଇଁ ଘରୁ ବାହାରି ଆସିଥିଲେ । ଯାହାର ସୁଯୋଗ ନେଇଥିଲେ ଦୁଇ ଦୁର୍ବୃତ୍ତ । ମହିଳାଙ୍କୁ ଭୁବନେଶ୍ବର ରେଳ ଷ୍ଟେସନରେ ଛାଡିବା ଆଳରେ ତମାଣ୍ଡୋ ଥାନା ଅଞ୍ଚଳର ରଣସିଂହପୁରରେ ଥିବା ଏକ ପରିତ୍ୟକ୍ତ ଘରେ ନେଇ ଏଭଳି କାଣ୍ଡ ଭିଆଇଥିଲେ । ଯାହା ପରେ ମହିଳା ଜଣକ ସେଠାରୁ ଖସି ଆସି ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ କ୍ରମେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଭିଯୁକ୍ତଙ୍କୁ ଧରିବା ସହ ମହିଳାଙ୍କର ଡାକ୍ତରୀମାଇନା କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)