ଆଜି ସରିବ ମାଟ୍ରିକ୍ ପରୀକ୍ଷା ଖାତା ଦେଖା; ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ଲକ୍ଷ୍ୟ ।

ଅକ୍ଷର ବ୍ୟୁରୋ: ଆଜି ଶେଷ ହେବ ମାଟ୍ରିକ୍ ପରୀକ୍ଷା ଖାତା ଦେଖା । ସନ୍ଧ୍ୟା ୫ ସୁଦ୍ଧା ସରିବ ଖାତା ଦେଖା । ଏହା ପରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଁ ଦ୍ବିତୀୟ ପ୍ରକ୍ରିୟା ଆରମ୍ଭ ହେବ । ଏଥର ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଁ ଲକ୍ଷ୍ୟ ରହିଛି । ମାଟ୍ରିକ୍ ରେଜଲ୍ଟ ଟାବୁଲେସନ୍ ପାଇଁ ଏକ ମାସ ଲକ୍ଷ୍ୟ ରହିଛି । ସେହିପରି ମାଟ୍ରିକ୍ ଫଳ ପ୍ରକାଶ ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ ରେ ମାଟ୍ରିକ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ । ଏଥି ସହିତ ପେପର ଖରାପ ଥିଲେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାରିବେ ଛାତ୍ରଛାତ୍ରୀ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଥିଲେ ।

ଚଳିତ ବର୍ଷ ବୋର୍ଡ ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୯ ରୁ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ଦୁଇ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା । ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ୧୨ ହଜାର ୨୦୦ ବରିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଚଳିତବର୍ଷ ମୋଟ୍ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍ ପରୀକ୍ଷା ଖାତା ଦେଖା ପାଇଁ ୩୦୮୨ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା ।

ସକାଳ ୯ଟାରୁ ଆରମ୍ଭ ହୋଇଥିଲା ପରୀକ୍ଷା । ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବା ବଡ଼ ଆହ୍ବାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରଯାଇଥିଲା । ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଥିଲା । କଣ୍ଟ୍ରୋଲ୍ ରୁମ୍‌ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯାଇଥିଲା । ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ପ୍ରଶ୍ନପତ୍ର ହବ୍ ଗୁଡ଼ିକ ଏଆଇ ବୈଷୟିକ ଜ୍ଞାନକୌଶଳ ନଜରରେ ରଖାଯାଇଥିଲା । ସବୁ କେନ୍ଦ୍ରକୁ ସଠିକ୍ ଭାବେ ପୁଲିସ୍ ତଦାରଖ କରିଥିଲା । ସେହିପରି ପରୀକ୍ଷାରେ କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)