ରାଜ୍ୟରେ ହେବ ସକାଳୁଆ ସ୍କୁଲ; ଗ୍ରୀଷ୍ମପ୍ରବାହ ପାଇଁ ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ହେବ ସକାଳୁଆ ସ୍କୁଲ । ନିର୍ଦ୍ଦେଶ ଜାରି କଲେ ରାଜ୍ୟ ସରକାର । ପିଲାମାନେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ିବେ । ଖରା ଏବଂ ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଗ୍ରୀଷ୍ମପ୍ରବାହ ଛୁଟି ପର୍ଯ୍ୟନ୍ତ ସକାଳୁଆ ପାଠପଢ଼ା ହେବ । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଗଣଶିକ୍ଷା ସଚିବ ଏନ୍‌ ତିରୁମାଳା ନାଏକ ଏହି ସୂଚନା ଦେଇଛନ୍ତି । ତେବେ ବିଦ୍ୟାଳୟରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ବିଦ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ପାଇଁ ବିଦ୍ୟାଳୟ ପରିସର‌ରେ ଥିବା ନଳକୂପର ମରାମତି କରାଯିବ । ପାଣି ପିଇବା ପାଇଁ ପିଲାମାନଙ୍କୁ କିଛି ସମୟ ବିରତି ଦିଆଯିବ । ସ୍କୁଲରେ ଓଆରଏସ୍‌ ପ୍ୟାକେଟ୍‌ ମହଜୁଦ ରଖାଯିବ । ବିଦ୍ୟାଳୟ ବାହାରେ କାର୍ଯ୍ୟକ୍ରମକୁ କମ୍ ଗୁରୁତ୍ୱ ଦିଆଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)