କଡା ସୁରକ୍ଷା ଭିତରେ ଚୌଦ୍ଵାର ଜେଲରେ ରାଜା ସାହାଣୀ; ସାତ ଦିନ ରିମାଣ୍ଡରେ ଆଣିବା ପାଇଁ କମିସନରେଟ ପୋଲିସର କୋର୍ଟରେ ଆବେଦନ ।

ଅକ୍ଷର ବ୍ୟୁରୋ: କୁଖ୍ୟାତ କଏଦୀ ରାଜା ସାହାଣୀକୁ ଏବେ କଡା ସୁରକ୍ଷା ଭିତରେ ଚୌଦ୍ଵାର ଜେଲରେ ରଖାଯାଇଛି । ଫେରାର କଏଦୀ ପାଇଁ ଯାହା ଯାହା ନିୟମ ରହିଛି ସେହି ଆଧାରରେ ଜେଲ କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି । କମିସନରେଟ ପୋଲିସ ରାଜାକୁ ସାତ ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ । କୋର୍ଟ ଯାହା ନିଷ୍ପତ୍ତି ନେବେ ସେହି ଅନୁଯାୟୀ ପୋଲିସ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ । ରାଜା ନାଁ ରେ ଥିବା ଅନ୍ୟାନ୍ୟ ମାମଲାରେ ମଧ୍ୟ ଅନ୍ୟ ରାଜ୍ୟର ପୋଲିସ ରିମାଣ୍ଡ ପାଇଁ ଆବେଦନ କରିପାରନ୍ତି । ଆବଶ୍ୟକ ପଡ଼ିବେ ରାଜା ସାହାଣୀ ଏବଂ ମଧୁକାନ୍ତ କୁମାର ରାଣାକୁ ସାମ୍ନାସାମ୍ନି ବସାଇ ଜେରା କରିବ କମିସନରେଟ୍ ପୋଲିସ ।

ଗିରଫ ହେବା ପରେ କେମିତି ରାଜାକୁ ପୋଲିସ କାବୁ କରିଥିଲା, ତାହାର ସୂଚନା ମିଳିଛି । ରାଜା ତାର ଗର୍ଲଫ୍ରେଣ୍ଡ ସହ ଋଷିକେଶରେ ଥିବା ପୋଲିସ ଜାଣିବା ପରେ ସେଠାରେ ଡେରା ପକାଇଥିଲା । ରାଜା ତାର ଗାର୍ଲଫ୍ରେଣ୍ଡ ସହ କାରରେ ଆସି ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ପ୍ରଥମେ ଠାବ କରିଥିଲା ସ୍ପେଶାଲ ୨୬ ଟିମ୍ ଏବଂ ତାର ପ୍ରଥମ ଫୋଟୋ ଉଠାଇଥିଲେ । ଋଷିକେଶରେ ଥିବା ଏହି ବ୍ୟକ୍ତି ରାଜା ବୋଲି ସ୍ପଷ୍ଟ ହେବା ପରେ ତାକୁ ଧରିବାକୁ ପ୍ରସ୍ତୁତ ଚକ୍ରବ୍ୟୁହ ରଚନା କରାଯାଇଥିଲା । ଆଉ ତା ପରେ ପୋଲିସ କବଜାକୁ ଆସିଥିଲା ରାଜା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)