ଅକ୍ଷର ବ୍ୟୁରୋ: ଦିଲ୍ଲୀ ପାର୍ଲାମେଣ୍ଟ ହାଉସ୍ ରେ ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ । ଓଡ଼ିଆରେ ଶପଥ ନେଲେ ୩ ରାଜ୍ୟସଭା ସାଂସଦ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ସଂତୃପ୍ତ ମିଶ୍ର । ଆସାମ ନିର୍ବାଚନରୁ ଫେରିଲେ ଶପଥ ନେବେ ସୁଜିତ କୁମାର । ବିଜେପିରୁ ମନମୋହନ ଏବଂ ସୁଜିତ ନିର୍ବାଚନ ଜିତିଥିଲେ । ବିଜେଡିରୁ ସଂତୃପ୍ତ ମିଶ୍ର ଜିତିଥିଲେ । ସ୍ୱାଧୀନ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦିଲୀପ ରାୟ । ସେହିପରି ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ନିର୍ବାଚିତ ରାଜ୍ୟସଭା ସାଂସଦମାନେ ବି ଶପଥ ନେଇଛନ୍ତି । ପଶ୍ଚିମବଙ୍ଗ, ତାମିଲନାଡୁ ରାଜ୍ୟସଭା ସଦସ୍ୟ ଶପଥ ନେଇଛନ୍ତି । ଏନସିପି ନେତା ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ରାମଦାଶ ଅଠାୱାଲେ ଏବଂ ଡିଏମକେର ତିରୁଜି ସେଭା ଶପଥ ନେଇଛନ୍ତି । ମାର୍ଚ୍ଚ ୧୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବାଜି ମାରିଥିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ।
ଦିଲ୍ଲୀ ପାର୍ଲାମେଣ୍ଟ ହାଉସ୍ ରେ ଶପଥ ନେଲେ ଓଡ଼ିଶାର ୩ ରାଜ୍ୟସଭା ସାଂସଦ ।












Leave a Reply