ଅକ୍ଷର ବ୍ୟୁରୋ: ଆସନ୍ତା ୨୦ ତାରିଖରୁ ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଆରମ୍ଭ । ଅକ୍ଷୟ ତୃତୀୟାଠାରୁ ଶ୍ରୀମନ୍ଦିରରେ ହେଉଥିବା ଏହି ପ୍ରଧାନ ପର୍ବକୁ ଶୃଙ୍ଖଳିତ ପାଳନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି । ମଙ୍ଗଳବାର ଏନେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ହେବାକୁ ସ୍ଥିର ହୋଇଛି । ବୈଠକରେ ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ଅନୁମୋଦନ ଓ ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେବ । ଆସନ୍ତା ୨୦ ତାରିଖ ଦିନ ତିନି ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିସହ ବାହାର ଚନ୍ଦନ ଯାତ୍ରା (୨୧ ଦିନ) ହେବ । ଏହି ଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ବହୁ ଭିଡ଼ ସମାଗମ ହେବ । ତେଣୁ ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳାରକ୍ଷା, ଠାକୁରଙ୍କ ସୁରକ୍ଷିତ ଯାତ୍ରା ସାଙ୍ଗକୁ ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳା ଆଣିବାକୁ ବୈଠକରେ ଆଲୋଚନା ହେବ । ସେପଟେ ୮ ତାରିଖ ବୁଧବାର ବାହାର ରତ୍ନଭଣ୍ଡାର ଗଣତିମଣତି ହେବାକୁ ଥିବାରୁ ଛତିଶା ନିଯୋଗ ବୈଠକରେ ଏହାର ସୁପରିଚାଳନା ଜନିତ ନୀତି ଶୃଙ୍ଖଳା ଉପରେ ଆଲୋଚନା ହୋଇପାରେ ।
ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ଛତିଶା ନିଯୋଗ ବୈଠକ; ଚନ୍ଦନଯାତ୍ରା, ରଥର ନିର୍ମାଣ ଓ ରତ୍ନଭଣ୍ଡାର ଗଣତିମଣତିକୁ ନେଇ ହେବ ଆଲୋଚନା ।












Leave a Reply