ଶ୍ରୀମନ୍ଦିରର ହେବ ଆଲୋକୀକରଣ; ୧୮ କୋଟି ଟଙ୍କା ବ୍ୟୟ ବରାଦରେ ହେବ ଆଲୋକୀକରଣ ।

ଅକ୍ଷର ବ୍ୟୁରୋ: ୧୮ କୋଟି ଟଙ୍କା ବ୍ୟୟ ବରାଦରେ ହେବ ଶ୍ରୀମନ୍ଦିର ଆଲୋକୀକରଣ । ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍ । ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ଗରିମା ବଜାୟ ରଖିବା ପାଇଁ କୌଣସି ରଙ୍ଗୀନ୍ କି ଫ୍ଲାସ୍ ଲାଇଟ୍ ଲାଗିବନି । କିନ୍ତୁ ପାର୍ଶ୍ୱ ଦେବାଦେବୀ ମନ୍ଦିର, ଚାରି ଦ୍ୱାର, ଗର୍ଭଗୃହ ଶିଖର, ନାଟ ମଣ୍ଡପ ଉପର, ଜଗମୋହନ ଉପର ସହ ମେଘନାଦ ପାଚେରି ଓ ଭିତର ବେଢ଼ା ସବୁ ଚମକିବ । ପରିକ୍ରମା ପ୍ରକଳ୍ପ ପରିସର ବି ଦୂରରୁ ଝଲସିବ ।

ସୋମବାର ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଆଲୋକୀକରଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଏନେଇ ଖୁବଶୀଘ୍ର ହେବ ଟେଣ୍ଡର ପ୍ରକ୍ରିୟା । ଫିଲ୍ଡରେ ସରିଛି ସମୀକ୍ଷା । ପ୍ରୋଜେକ୍ଟର ବ୍ୟବହୃତ ହୋଇ ଯେଉଁ ଲାଇଟ୍ ସବୁ ଲାଗିବ ଦେଢ଼ କିଲୋମିଟର ଦୂରରୁ ବି ରାତିରେ ସ୍ପଷ୍ଟ ଦେଖାଯିବ ଶ୍ରୀମନ୍ଦିର । ଏହା ଆଧ୍ୟାତ୍ମିକ ବାତାବରଣକୁ ଆହୁରି ଗରିମାମୟ କରିବ ବୋଲି ପ୍ରଶାସନ ଆଶା ରଖିଛି । ଆଲୋକୀକରଣ ଇନ୍‌ଷ୍ଟଲେସନ୍ ପ୍ରକ୍ରିୟା ଐତିହ୍ୟର କୌଣସି କ୍ଷତି ନକରିବା ଭଳି ହେବ । ଆସନ୍ତା ତିନିରୁ ଚାରିମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)