ଅକ୍ଷର ବ୍ୟୁରୋ: ଆଜିଠୁ ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ମାର୍ଚ୍ଚ ୨୫ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବାପରେ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାର ଭଣ୍ଡାର ଗଣତି ହେବ । ରବିବାର ୧୨ ତାରିଖରେ ଗଣତି ପ୍ରକ୍ରିୟା ବନ୍ଦ ରହିବା ପରେ ପୁଣି ୧୩ ତାରିଖ ଏବଂ ପରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହେବ । ଆଜି ପୂର୍ବାହ୍ନ ୧୧ଟା ୩୦ରୁ ଆରମ୍ଭ ହେବ ଗଣତି କାର୍ଯ୍ୟ । ତା ପୂର୍ବରୁ ସକାଳ ଧୂପ ସାରିବାକୁ ନିଷ୍ପତ୍ତି ହୋଇଛି । ଗଣତି ସମୟରେ ବାହାର କାଠରୁ ଶ୍ରଦ୍ଧାଳୁ ଦର୍ଶନ କରିବେ । ବାହାର ଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ହୋଇ ମେଳକ ହେବା ପରେ, ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ଭଣ୍ଡାର ଗଣତି ହେବ । ଗଣତି ପାଇଁ ଦୁଇଟି ଟିମ୍ ଶ୍ରୀମନ୍ଦିର ଭିତରକୁ ଯିବେ । ହ୍ୟାଣ୍ଡଲିଙ୍ଗ ଟିମ୍ର ୧୫ ଜଣ ଏବଂ ସୁପରଭାଇଜିଂ ଟିମ୍ରେ ୮ ଜଣ ଏଭଳି ୨୩ ଜଣ ସଦସ୍ୟ ରହିଛନ୍ତି । କିନ୍ତୁ ୧୩ ଜଣ ସଦସ୍ୟ ଚଳନ୍ତି ଭଣ୍ଡାର ଭିତରକୁ ଯିବେ ।
ଆଜିଠୁ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର; ଗଣତି ପାଇଁ ଶ୍ରୀମନ୍ଦିର ଭିତରକୁ ଯିବେ ଦୁଇଟି ଟିମ୍ ।











Leave a Reply