ଅକ୍ଷର ବ୍ୟୁରୋ: ଅସ୍ତ୍ରବିରତି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨ ସପ୍ତାହ ଲାଗି ରହିଥିବା ଇରାନ-ଆମରିକା ଯୁଦ୍ଧ ବନ୍ଦ ହେଲା । ଷ୍ଟ୍ରେଟ୍ ଅଫ୍ ହର୍ମୁଜ ବା ହର୍ମୁଜ ପ୍ରଣାଳୀକୁ ଖୋଲିବାକୁ ରାଜି ହେବା ପରେ ଯୁଦ୍ଧବିରତି ଘୋଷଣା କରିଛି ଆମେରିକା । ଟ୍ରମ୍ପ ଆହୁରି କହିଛନ୍ତି ଯେ, ଆମେରିକା ତେହେରାନ ଠାରୁ ଦଶସୂତ୍ରୀ ପ୍ରସ୍ତାବ ପାଇଛି । ଏହାକୁ ଶାନ୍ତି ଆଲୋଚନାର ଆରମ୍ଭ ବୋଲି ବିବେଚନା କରିଛି ଆମେରିକା । ପୂର୍ବରୁ ଇରାନ ଉପରେ ଜୋରଦାର ଆକ୍ରମଣ କରିବାର ଚେତାବନୀ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଆଜି ରାତିରେ ଏକ ସଭ୍ୟତା ସମ୍ପୂର୍ଣ୍ଣ ଲୋପପାଇବ ବୋଲି କହିଥିଲେ । ଏହି ଧମକ ଦେବାର କିଛି ଘଣ୍ଟା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଦୁଇ ସପ୍ତାହର ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ଇରାନର ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ବିଭିନ୍ନ ବ୍ରିଜ ଉପରେ ଆକ୍ରମଣ ଧମକରୁ ଓହରି ଯାଇଛନ୍ତି ।
ଏହି ପ୍ରସ୍ତାବରେ ଦୁଇ ସପ୍ତାହ ପାଇଁ ଶତ୍ରୁତା ବନ୍ଦ କରିବା ଏବଂ ହର୍ମୁଜ୍ ପ୍ରଣାଳୀକୁ ତୁରନ୍ତ ଖୋଲିବା ପାଇଁ କୁହାଯାଇଛି । ଟ୍ରମ୍ପ କହିଛନ୍ତି ଯେ ଆମେରିକା ଇରାନ ସହିତ ଏକ ଚୂଡ଼ାନ୍ତ ଚୁକ୍ତି ପାଇଁ ଦୁଇ ସପ୍ତାହର ସମୟସୀମା ବ୍ୟବହାର କରି । ପୂର୍ବରୁ ସମସ୍ତ ସାମରିକ ଉଦ୍ଦେଶ୍ୟ ପୂରଣ କରିସାରିଛୁ ଏବଂ ହାସଲ କରିସାରିଛୁ ବୋଲି କହିଛନ୍ତି ଟ୍ରମ୍ପ । ସେପଟେ ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଘଚି ସୋସିଆଲ ମିଡିଆରେ ଏକ ବିବୃତ୍ତି ପୋଷ୍ଟ କରି ଯୁଦ୍ଧବିରତିକୁ ଗ୍ରହଣ କରିଛନ୍ତି । ଗତକାଲି ହର୍ମୁଜ ପ୍ରଣାଳୀ ଉପରେ ଜାତିସଂଘରେ ଆସିଥିବା ପ୍ରସ୍ତାବ କାଟ ଖାଇଥିଲା । ବାହାରିନ୍ ପକ୍ଷରୁ ଷ୍ଟ୍ରେଟ୍ ଅଫ୍ ହରମୁଜରେ ସ୍ଥିତି ସ୍ୱାଭାବିକ କରିବାକୁ ପ୍ରସ୍ତାବ ଥିଲା । ଚୀନ ଓ ରୁଷ ଭିଟୋ କ୍ଷମତା ପ୍ରୟୋଗ ପରେ ବାହାରିନର ‘ହର୍ମୁଜ’ ପ୍ରସ୍ତାବ କାଟ ଖାଇଥିଲା ।












Leave a Reply