ଅକ୍ଷର ବ୍ୟୁରୋ: ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତି । ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଅଳଙ୍କାରର ଗଣତି ଓ ମଣତି ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଏହା ୪ ଦିନ ଧରି ଚାଲିବାକୁ ଥିବା ବେଳେ, ୧୩ ତାରିଖରୁ ଆଉ ଏକ ପର୍ଯ୍ୟାୟ ଗଣତି ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ତେବେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିବା ପାଇଁ ଡିଜିଟାଲ ଫଟୋଗ୍ରାଫିର ସହାୟତା ନିଆଯିବ । ୧୯୭୮ ମସିହାରେ ଶେଷଥର ପାଇଁ ହୋଇଥିବା ଗଣତି ସହ ଏବେକାର ଅଳଙ୍କାରକୁ ମିଳାଯିବ । କେବଳ ସେତିକି ନୁହେଁ, ବରଂ ମହାପ୍ରଭୁଙ୍କ ଏହି ବହୁମୂଲ୍ୟ ରତ୍ନରାଜିକୁ କିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିବ, ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।
ସ୍ନାନ ଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା; ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ।












Leave a Reply