ଅକ୍ଷର ବ୍ୟୁରୋ: ଆଜି ତଥ୍ୟ ରଖିବେ ଶ୍ରୀଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ନିଯୋଗ ସେବାୟତ ପ୍ରତିନିଧି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସେବାୟତ ପ୍ରତିନିଧି ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରେ ଘୋଡ ଉଠା ବିବାଦ ଓ ଦିଅଁଙ୍କ ନୀତି ବିଭ୍ରାଟ ବାବଦରେ ବିସ୍ତୃତ ଲିଖିତ ତଥ୍ୟ ଉପସ୍ଥାପନ କରିବା ନେଇ ନିର୍ଦ୍ଦେଶ ହୋଇଥିଲା । ଏହି ତଥ୍ୟ ଆଉ ମନ୍ଦିର ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ତଦନ୍ତ ରିପୋର୍ଟକୁ ମିଶାଇ ଆସନ୍ତା ଟ୍ରଷ୍ଟ ବୋର୍ଡ ବୈଠକରେ କାର୍ଯ୍ୟାନୁଷ୍ଠାନ ବାବଦରେ ନିଷ୍ପତ୍ତି ନିଆଯିବ । ଗତ ସୋମବାର ସକାଳ ସାହାଣମେଲା ଦର୍ଶନ ବେଳେ ଠାକୁରଙ୍କ ଘୋଡ ଉଠେଇବା ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା । ଏହାକୁ ନେଇ ମନ୍ଦିରରେ ୭ ଘଣ୍ଟାରୁ ଅଧିକ ସମୟ ନୀତି କାନ୍ତିରେ ବିଭ୍ରାଟ ହେବା ସହିତ ଉଭୟ ସେବାୟତଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ମନ୍ଦିର କାର୍ଯ୍ୟାଳୟରେ ଆଲୋଚନା କରାଯାଇ ନୀତି ସ୍ୱାଭାବିକ ହୋଇଥିଲା ।
ଆଜି ତଥ୍ୟ ରଖିବେ ଶ୍ରୀଲିଙ୍ଗରାଜ ମନ୍ଦିର ବ୍ରାହ୍ମଣ ନିଯୋଗ ପ୍ରତିନିଧି; ଦିଅଁଙ୍କ ନୀତି ବିଭ୍ରାଟ ବାବଦରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବା ନେଇ ହୋଇଥିଲା ନିର୍ଦ୍ଦେଶ ।












Leave a Reply