ଅକ୍ଷର ବ୍ୟୁରୋ: ଆଜି ନୂତନ ସୁଭଦ୍ରା ପଞ୍ଜିକରଣ ପ୍ରକ୍ରିୟାର ଶେଷ ତାରିଖ । ଏପ୍ରିଲ୍ ୧ରୁ ଆରମ୍ଭ ହୋଇଥିବା ନୂତନ ପଞ୍ଜିକରଣ ଅବଧି ଏବେ ଶେଷ ହେଉଛି । ଯେଉଁମାନେ କୌଣସି କାରଣରୁ ଆବେଦନ କରି ନାହାନ୍ତି, ସେମାନେ ଆଜି ଆବେଦନ କରିପାରିବେ । ମାନଦଣ୍ଡ ଅନୁଯାୟୀ, ଏପ୍ରିଲ ୧, ୨୦୨୬ ସୁଦ୍ଧା ୨୧ ବର୍ଷରୁ ୬୦ ବର୍ଷୀୟ ମହିଳା ସୁଭଦ୍ରାରେ ପଞ୍ଜୀକରଣ କରିପାରିବେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ପୁନଃ ଗ୍ରହଣ କରାଯିବ ନାହିଁ । ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନା ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ସହାୟତା ପ୍ରଦାନ କରାଯିବ । ସାଧାରଣ ସେବା କେନ୍ଦ୍ର, ଆମ ସେବା କେନ୍ଦ୍ରରେ ନୂତନ ପଞ୍ଜିକରଣ କରାଯାଇ ପାରିବ । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସିଡିପିଓ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଆବେଦନ ପାଇଁ ଫର୍ମ ଉପଲବ୍ଧ ଅଛି ।
ଆଜି ନୂତନ ସୁଭଦ୍ରା ପଞ୍ଜିକରଣ ପ୍ରକ୍ରିୟାର ଶେଷ ତାରିଖ; କୌଣସି କାରଣରୁ ଆବେଦନ କରିନଥିବା ବ୍ୟକ୍ତି ଆଜି କରିପାରିବେ ଆବେଦନ ।












Leave a Reply