ମରଣାନ୍ତକ ଆକ୍ରମଣର ଶିକାର ହେଲା ପୋଲିସ୍; ୫ଜଣ ଆହତ ହୋଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ।

ଅକ୍ଷର ବ୍ୟୁରୋ: ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ଭିତରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛି ପୋଲିସ୍ । ଏହି ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ସେମାନେ ହେଲେ ସିପାହୀ ପ୍ରଶାନ୍ତ ମୁଦୁଲି ଓ ମାନସ ରଣସିଂହ ଏବଂ ଚାଉଳିଆଗଞ୍ଜ ଥାନା ହୋମଗାର୍ଡ ବିପିନ ଦାସ । ଏମାନଙ୍କ ମଧ୍ୟରୁ ବିପିନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବାଟାଲିୟନ ପରିସରରେ ଥିବା ପୋଖରୀ ନିକଟରେ କିଛି ଯୁବକ ଯୁବତୀ ବସିଥିଲେ । ପୋଲିସ ପେଟ୍ରୋଲିଂ ଭ୍ୟାନ୍ ବାରଣ କରିବାରୁ ବଚସା ହୋଇଥିଲା । ପରେ ସେମାନେ ପୋଲିସ୍ କର୍ମଚାରୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ତିନିଜଣ ପୋଲିସ୍ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ବେକ, ହାତ ଓ ପିଠିରେ ଆଘାତ ଲାଗିଛି । ଏହି ଘଟଣାରେ ଚାଉଳିଆଗଞ୍ଜ ଥାନାରେ ଜଣେ ମହିଳା ସମେତ ୬ଜଣଙ୍କୁ ଅଟକ ରଖିଛି ପୋଲିସ୍ । ପୂରା ଘଟଣାର ତଦନ୍ତ ଜାରି ରହିଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial