ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଉତ୍ତରାଞ୍ଚଳ RDC; ଏହାସହ ବ୍ୟାଙ୍କ ଶାଖା ପରିଚାଳକ ଏବଂ ଅନ୍ୟ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି ।

ଅକ୍ଷର ବ୍ୟୁରୋ: ବ୍ୟାଙ୍କକୁ ଭଉଣୀର କଙ୍କାଳ ନେଇ ଯିବା ଘଟଣାର RDC ସ୍ତରୀୟ ତଦନ୍ତ ଆରମ୍ଭ । କେନ୍ଦୁଝର ପଟଣା ଡିଆନାଳୀ ଗାଁର ଭାଇ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର । ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ପହଞ୍ଚି ତଦନ୍ତ କରିଛନ୍ତି RDC । RDCଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଉପ-ଜିଲ୍ଲାପାଳ ଉମାଶଙ୍କର ଦଳେଇ ଏବଂ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ଘଟଣା ସମ୍ପର୍କରେ ଜିତୁ ମୁଣ୍ଡାଙ୍କ ସହ ଆଲୋଚନା କରିଛନ୍ତି । ପାଟଣା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ବି RDC ତଦନ୍ତ କରିବେ । ଘଟଣାର RDC ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଛି ଉତ୍ତରାଞ୍ଚଳ RDC । କେଉଁ ପରିସ୍ଥିତିରେ ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ନିଜ ଭଉଣୀର କଙ୍କାଳ ନେଇ ପହଞ୍ଚିଥିଲେ, ସେସବୁ ପଚାରି ବୁଝୁଛନ୍ତି ତଦନ୍ତକାରୀ ଅଧିକାରୀ । ଜମା ଟଙ୍କା ଉଠାଇବାକୁ ବ୍ୟାଙ୍କ କର୍ମଚାରୀ ତାଙ୍କୁ କ’ଣ କହିଥିଲେ, ଗୋଟି ଗୋଟି କରି ପଚାରିଛନ୍ତି ।

ତେବେ ଏହା ପୂର୍ବରୁ ତଦନ୍ତକାରୀ ଟିମ୍ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚିଥିଲେ । ସେଠାରେ ବ୍ୟାଙ୍କ ଶାଖା ପରିଚାଳକ ଏବଂ ଅନ୍ୟ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ସେପଟେ ଡିଆନାଳୀ ଗାଁର ଜିତୁ ମୁଣ୍ଡାଙ୍କ ଘରେ କଂଗ୍ରେସ ଟିମ୍ ପହଞ୍ଚିଛି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ଏକ ଦଳ ଜିତୁ ମୁଣ୍ଡାଙ୍କ ସହ ଆଲୋଚନା କରିଛନ୍ତି । କେଉଁ ପରିସ୍ଥିତିରେ ଜିତୁ ମଶାଣିରୁ ଶବ ଖୋଳି କଙ୍କାଳ ନେଇ ବ୍ୟାଙ୍କକୁ ଗଲେ ପଚାରି ବୁଝିଛନ୍ତି ।

 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)