ଅକ୍ଷର ବ୍ୟୁରୋ: ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଆସନ୍ତା ଜୁଲାଇ ୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ତାଙ୍କ ଏହି ଦିନିକିଆ ଗସ୍ତ ସମୟରେ ସେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ପ୍ରସ୍ତୁତି ଜୋରଦାର କରାଯାଇଛି। ସୁରକ୍ଷା ବ୍ୟବସ୍ଥା, ଯାତାୟାତ ପରିଚାଳନା ଏବଂ କାର୍ଯ୍ୟକ୍ରମ ସ୍ଥଳର ସମସ୍ତ ଆୟୋଜନକୁ ନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ସତର୍କ ରହିଛନ୍ତି।
ସୂଚନା ଅନୁଯାୟୀ, ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତି ଭୁବନେଶ୍ୱରରେ ଅନେକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ କରିବେ। ରାଜଧାନୀରେ ଏହି ଉଚ୍ଚସ୍ତରୀୟ ଗସ୍ତକୁ ନେଇ ପ୍ରଶାସନିକ ତତ୍ପରତା ବଢ଼ିଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଥିବା ବେଳେ ସମସ୍ତ ବିଭାଗକୁ ଯଥାସମୟରେ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।













Leave a Reply