ଅକ୍ଷର ବ୍ୟୁରୋ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁଛି। ଜୁନ ୧୨ରେ ରାଜ୍ୟକୁ ମୌସୁମୀର ପ୍ରବେଶ ଆରମ୍ଭ ହୋଇଥିବା ବେଳେ କେବଳ ୧୧ ଦିନରେ ସମଗ୍ର ରାଜ୍ୟକୁ ଏହା ପ୍ରସାରିତ ହୋଇଛି। ଏଥର କେରଳ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ମୌସୁମୀ ପହଞ୍ଚିଥିଲା ଏବଂ ଉତ୍ତର ଭାଗରୁ ରାଜ୍ୟକୁ ପ୍ରବେଶ କରି ଧୀରେ ଧୀରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ବିସ୍ତାରିତ ହୋଇଛି। ବର୍ତ୍ତମାନ ରାଜ୍ୟରେ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି।
ପାଣିପାଗ ବିଭାଗ ଅନୁସାରେ ଆଗାମୀ ୫ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। କୋରାପୁଟ, ରାୟଗଡ଼ା, କନ୍ଧମାଳ, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଆଜି ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ଭାରି ବର୍ଷା ସମ୍ଭାବନା ରହିଛି। ବିଜୁଳି-ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟାପ୍ରତି ୪୦–୫୦ କିମି ବେଗରେ ଝଟକା ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।













Leave a Reply