NH-20ରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ଧକ୍କାରେ ଓଲଟିଲା ଅଟୋ, ଚାଳକ ଆହତ

ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲାର NH-20 ଜାତୀୟ ରାଜପଥର ପର୍ଶଳା ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି। ଚମ୍ପୁଆକୁ ଧାନ ବିକ୍ରି ପାଇଁ ଯାଉଥିବା ଏକ ତିନିଚକିଆ ଅଟୋକୁ ପଛପଟୁ ଆସୁଥିବା ଟ୍ରକ୍ ଜୋରଦାର ଧକ୍କା ଦେବାରୁ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଅଟୋ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା ଏବଂ ଚାଳକ ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରି ଆହତ ଚାଳକଙ୍କୁ ଚମ୍ପୁଆ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ଜବତ କରିଛି। ଦୁର୍ଘଟଣାର ସଠିକ୍ କାରଣ ଓ ଟ୍ରକ୍ ଚାଳକଙ୍କ ଭୂମିକାକୁ ନେଇ ପୋଲିସ ଏବେ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ପରେ କିଛି ସମୟ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)