ଅକ୍ଷର ବ୍ୟୁରୋ: ଗୋଟେ ଦିନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପଡ଼ିଯିବା ନେଇ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଚିନ୍ତାର ଅବସାନ ଘଟିଛି। ଆରଆଇ ପରୀକ୍ଷାର ତାରିଖ ପରିବର୍ତ୍ତନ କରାଯାଇ ନୂତନ ସୂଚୀ ଜାରି କରାଯାଇଛି। ନୂତନ ନିର୍ଦ୍ଧାରିତ ସୂଚୀ ଅନୁସାରେ, ଆରଆଇ ପରୀକ୍ଷା ଆସନ୍ତା ଜୁନ୍ ୨୮ ତାରିଖରେ ଆୟୋଜିତ ହେବ। ଏହା ସହିତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଟିଇଟି ପରୀକ୍ଷା ଜୁଲାଇ ୫ରେ ଅନୁଷ୍ଠିତ ହେବ।
ପୂର୍ବରୁ ଆରଆଇ ଓ ଓଟିଇଟି ପରୀକ୍ଷା ଏକେ ଦିନରେ ପଡ଼ିଯିବା ସମ୍ଭାବନା ଥିବାରୁ ହଜାରହଜାର ପରୀକ୍ଷାର୍ଥୀ ଅସୁବିଧାରେ ପଡ଼ିଥିଲେ। ଏହାକୁ ନେଇ ସେମାନେ ତାରିଖ ପରିବର୍ତ୍ତନ ପାଇଁ ନିରନ୍ତର ଦାବି କରୁଥିଲେ। ପରୀକ୍ଷାର୍ଥୀଙ୍କ ଦାବିକୁ ବିଚାରକୁ ନେଇ ଅଧିକାରୀମାନେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହା ଫଳରେ ଏବେ ଉଭୟ ପରୀକ୍ଷା ପାଇଁ ପ୍ରସ୍ତୁତି ନେଉଥିବା ପ୍ରାର୍ଥୀମାନେ ନିର୍ବିଘ୍ନରେ ପରୀକ୍ଷା ଦେଇପାରିବେ। ଶିକ୍ଷା ଓ ଚାକିରି ସୁଯୋଗ ସହ ଜଡିତ ଏହି ନିଷ୍ପତ୍ତି ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଆଶ୍ୱସ୍ତିର ପରିବେଶ ସୃଷ୍ଟି କରିଛି।













Leave a Reply