ଅକ୍ଷର ବ୍ୟୁରୋ: ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଆୟୋଜିତ ଦ୍ୱିତୀୟ ସମନ୍ୱୟ ସଭା ଆଜି ଶେଷ ହୋଇଛି। ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ସୁପରିଚାଳନା, ସ୍ୱାସ୍ଥ୍ୟ ସେବା ଓ ପରିବହନ ବ୍ୟବସ୍ଥା ସହ ସମ୍ପୂର୍ଣ୍ଣ ମାଷ୍ଟର ପ୍ଲାନ୍ର ସମୀକ୍ଷା କରାଯାଇଛି। ଏହିବର୍ଷ ରଥଯାତ୍ରା ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ବ୍ୟାପକ ପ୍ରସ୍ତୁତି ହୋଇଛି। ମୋଟ ୪୭୩ଟି ସିସିଟିଭି କ୍ୟାମେରା ଲଗାଯିବାକୁ ଥିବାବେଳେ ପୂର୍ବରୁ ୨୦୦ଟି କ୍ୟାମେରାର ଲାଇଭ୍ ମନିଟରିଂ ଆରମ୍ଭ ହୋଇସାରିଛି |
ଭକ୍ତମାନଙ୍କ ଯାତାୟାତ ସୁବିଧା ପାଇଁ ୩୭୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଯୋଜନା କରାଯାଇଛି। ଏହାସହ ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ସ୍ଥାପନ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବା ପାଇଁ ସମୁଦ୍ରକୂଳରୁ ଆରମ୍ଭ କରି ପଞ୍ଚତୀର୍ଥ ପୁଷ୍କରିଣୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୁଲିସ୍ ଟିମ୍ ଓ ରେସ୍କ୍ୟୁ ଟିମ୍ ମୁତୟନ ରହିବେ। ପ୍ରଶାସନର ଏହି ବ୍ୟାପକ ପ୍ରସ୍ତୁତି ମଧ୍ୟରେ ରଥଯାତ୍ରାକୁ ନିର୍ବିଘ୍ନ, ସୁରକ୍ଷିତ ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।













Leave a Reply