ଅକ୍ଷର ବ୍ୟୁରୋ: ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରୁ ମାରିଦେବା ପାଇଁ ମୁହଁକୁ ହାଣିଲା ଦୁବୃର୍ତ୍ତ । ନିକଟରେ ଗାଈ ଚରାଉଥିବା ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହେବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ । ଗାଁ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ ଯୁବତୀ । ସେଠାରେ ଜଣେ ଦୁବୃର୍ତ୍ତ ତାଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବରେ ମୁହଁକୁ ହାଣି ପକାଇଥିବା ଅଭିଯୋଗ ହୋଇଛି । ଖବରପାଇ ଯୁବତୀଙ୍କ ପରିବାର ଲୋକେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ମେଡିକାଲ ନେବାକୁ ଆମ୍ୱୁଲାନ୍ସ ନମିଳିବାରୁ ଏକ ଟ୍ରଲିରେ ଯୁବତୀଙ୍କୁ ନେଇ ଭାପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପରେ ପରିବାର ପକ୍ଷରୁ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରୁ ମାରିଦେବା ପାଇଁ ଉଦ୍ୟମ !












Leave a Reply