ଅକ୍ଷର ବ୍ୟୁରୋ: ଛୁଟି ଭିତରେ ସମସ୍ତେ ପାଇବେ ସ୍କୁଲ୍ ଡ୍ରେସ୍ । ଏନେଇ ସୂଚନା ଦେଲେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୨୭ ସୁଦ୍ଧା ସବୁ ସ୍କୁଲରେ ପୋଷାକ ବଣ୍ଟନ ନେଇ SOP ଜାରି ହୋଇଛି । ୧୦ ତାରିଖ ଭିତରେ ଶ୍ରେଣୀ ବର୍ଗ ହିସାବରେ ନିର୍ଦ୍ଧାରଣ କରାଯିବ । ୧୨ ସୁଦ୍ଧା ଏଜେନ୍ସି ଚୟନ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରାଯିବ । ତେବେ ସ୍କୁଲ ଛୁଟି ନେଇ ମଧ୍ୟ ପ୍ରତିକ୍ରିୟା ରଖିଲେ ନିତ୍ୟାନନ୍ଦ ଗଣ୍ଡ । କହିଲେ, ଏଯାଏଁ କିଛି ନିଷ୍ପତି ହୋଇନି, ସମୟ ଦେଖି ସଠିକ୍ ସମୟରେ ନିଷ୍ପତି ନିଆଯିବ ।
ଛୁଟି ଭିତରେ ସମସ୍ତେ ପାଇବେ ସ୍କୁଲ୍ ଡ୍ରେସ୍; ସୂଚନା ଦେଲେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।












Leave a Reply