ସ୍କୁଲ ଖରାଛୁଟିକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା; ଏସଆରସିଙ୍କ ମିଟିଂ ପରେ ହିଁ ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି ।

ଅକ୍ଷର ବ୍ୟୁରୋ: ତାତିରେ କଳବଳ ହେଉଛି ସାରା ଓଡିଶା । ଅସହ୍ୟ ଖରାକୁ ଗୁଳୁଗୁଳି କରୁଛି କଲାଣି ଅସ୍ତବ୍ୟସ୍ତ ଜନଜୀବନ । ଏପରି ସ୍ଥିତିରେ ରାଜ୍ୟରେ ସ୍କୁଲ ସବୁ ସକାଳୁଆ ଚାଲିଛି । ସକାଳ ୮ଟାରୁ ତାତି ବଢିବାରୁ ଆଗକୁ ବି ହିଟ୍ଓ୍ୱେଭ୍ ଆଲର୍ଟ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏଭଳି ସ୍ଥିତରେ ଆଗୁଆ ସ୍କୁଲ ଛୁଟି କରିବାକୁ ସରକାର ଯୋଜନା କରିଛନ୍ତି ।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେଉଁ ଜିଲ୍ଲାଗୁଡିକରେ ଅସହ୍ୟ ଗରମ ହେଉଛି, ସେହି ସବୁ ଜିଲ୍ଲା ଗୁଡିକରେ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସ୍କୁଲ ଛୁଟି ହେବା ନେଇ ନିଷ୍ପତ୍ତି ନିଆଯିବ । ପିଲାମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ପଶ୍ଚିମ ଓଡିଶାରେ କିଛି ଜିଲ୍ଲାରେ ଅତ୍ୟଧିକ ଗରମ ନେଇ ସୂଚନା ରହିଛି, ତାହାକୁ ମଧ୍ୟ ବିଚାରକୁ ନେଇଛି ବିଭାଗ । ସେହି ଜିଲ୍ଲାଗୁଡିକର ଜିଲ୍ଲାପାଳମାନେ ରିପୋର୍ଟ ଦେଲେ ବିଭାଗ ନିଷ୍ପତ୍ତି ନେବ । ଏସଆରସି ହିଟ ୱେଭକୁ ନେଇ ବୈଠକ ଡାକି ସମୀକ୍ଷା କରିବା ପରେ ହିଁ ଖରା ଛୁଟି ପାଇଁ ନିଷ୍ପତ୍ତି ନିଆଯିବ । ତେଣୁ ଏସଆରସିଙ୍କ ମିଟିଂ ପରେ ହିଁ ସ୍କୁଲ ଛୁଟି ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)