ଦୁଇ ଦିନିଆ କଲିକତା ଗସ୍ତରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ; ପ୍ରବାସୀ ଓଡ଼ିଆଙ୍କ ସହ ସମସ୍ୟା ଓ ଭବିଷ୍ୟତ ଯୋଜନା ବିଷୟରେ କଲେ ଆଲୋଚନା ।

ଅକ୍ଷର ବ୍ୟୁରୋ: ଦୁଇ ଦିନିଆ କଲିକତା ଗସ୍ତରେ ଯାଇଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ଅବସରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ସ୍ୱାଗତ କରାଯାଇଥିଲା । ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ପହଞ୍ଚିବା ପରେ ପ୍ରବାସୀ ଓଡ଼ିଆ ସଂଘର ପଦାଧିକାରୀ ଭାଇମାନେ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ପୀଢ଼ି ପୀଢ଼ି ଧରି ଓଡ଼ିଶାର ଜଗନ୍ନାଥ ସଂସ୍କୃତି ଆଉ ବଙ୍ଗଳାର ଶକ୍ତି ଉପାସନା ପରି ଦୁଇ ପରମ୍ପରାକୁ ଯୋଡ଼ି ରଖି କଲିକତା ସ୍ଥିତ ମା’ କାଳୀଙ୍କ ସେବାରେ ନିୟୋଜିତ ଓଡ଼ିଆ ପଣ୍ଡିତ ଭାଇମାନଙ୍କ ସହ ମିଶି ବିଜେପି ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଆଲୋଚନା କରିଥିଲେ ।

ବ୍ୟବସାୟ ଓ ପେଟ ପାଟଣା ନିମନ୍ତେ ଓଡିଶାରୁ ଆସି ବଙ୍ଗଳାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ବ୍ୟବସାୟୀ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ବସି ଚା’ଖଟି କରିବା ସହ ରାଷ୍ଟ୍ରର ବିକାଶ, ମୋଦୀ ସରକାରଙ୍କ ନୀତି, ପ୍ରବାସୀଙ୍କ ସମସ୍ୟା ଓ ଭବିଷ୍ୟତ ଯୋଜନା ବିଷୟରେ କଥା ହୋଇଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, “ସେମାନେ କେବଳ କୋଲକାତାର ଅର୍ଥନୀତି ନୁହଁ, ଭାରତ ସଂସ୍କୃତିର ବ୍ରାଣ୍ଡ ଆମ୍ବାସଡର । ସେମାନଙ୍କ ସମର୍ଥନ ଓ ଆଶୀର୍ବାଦ ହିଁ ଆମ ଦଳର ଶକ୍ତି ଓ ସାମର୍ଥ୍ୟ” । ଏଥିସହ କଲିକତା ସ୍ଥିତ କାଳୀ ଘାଟର ପଣ୍ଡିତ ସମାଜ ଓ ବଡ଼ବଜାରର ସମସ୍ତ ପ୍ରବାସୀ ଓଡ଼ିଆ ପରିବାରର ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ହୃଦୟରୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)