ଅକ୍ଷର ବ୍ୟୁରୋ: କଟକ SCB ମେଡିକାଲରୁ ୧୪ ନବଜାତ ଶିଶୁ ଗାୟବ । ମାନସିକ ଅନଗ୍ରସର ମହିଳାଙ୍କ ୧୪ ଜଣ ନବଜାତ ଶିଶୁଙ୍କ ମିଳୁନି ପତ୍ତା । ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା । SCB ଅଧୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ RDC । ଗତ ୬ ବର୍ଷରେ ଅସହାୟ ତଥା ମାନସିକ ଅନଗ୍ରସର ମହିଳାଙ୍କ ୧୪ ଶିଶୁଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ ପରେ ତନାଘନା ଆରମ୍ଭ ହୋଇଛି । ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ RDC ନିର୍ଦ୍ଦେଶନାମା ଜରି କରିଛି । କାର୍ଯ୍ୟାନୁଷ୍ଠାନ ପରେ ଆର୍ ଡିସିଙ୍କ ଅଫିସ୍ କୁ ରିପୋର୍ଟ ପଠାଇବାକୁ ମଧ୍ୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ।
କଟକ SCB ମେଡିକାଲରୁ ୧୪ ନବଜାତ ଶିଶୁ ଗାୟବ; ଅଧୀକ୍ଷକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ RDC ।












Leave a Reply