ଅକ୍ଷର ବ୍ୟୁରୋ: ଓମ୍ସା ପକ୍ଷରୁ କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ ସହିତ କ୍ୟାଡର ପୁର୍ନଗଠନ, ସ୍ୱଚ୍ଛ ବଦଳି ନୀତି ଭଳି ବିଭିନ୍ନ ଦଫା ଦାବି ନେଇ ପୂର୍ବରୂ ବାରମ୍ବାର ଆନ୍ଦୋଳନ କରାଯାଇ ଆସୁଥିଲା । ଜାନୁଆରି ମାସରେ ଓମ୍ସା ଡାକ୍ତରମାନେ ଦୁଇ ଘଣ୍ଟା ଓପିଡି ବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ୪ ମାସ ଭିତରେ ଡାକ୍ତରଙ୍କ ଦାବି ପୂରଣ କରିବା ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସରକାର ପ୍ରତିଶ୍ରୁତି ପୂରଣ ନେଇ ବିଫଳ ହୋଇଥିବା ଓମ୍ସା ପକ୍ଷରୁ ଅଭିଯୋଗ ହୋଇଛି । ମାସେ ଭିତରେ ଦାବି ପୂରଣ ନହେଲେ ସାମୂହିକ ଭାବେ ଇସ୍ତଫା ଦେବେ ବୋଲି ଓମ୍ସା ସଂଘ ଚେତାବନୀ ଦେଇଛି । ସଂଘ କହିଛି କି, ସରକାର ବାରମ୍ବାର ସମୟ ଗଡ଼େଇ ଚାଲିଛନ୍ତି । କିନ୍ତୁ ଦାବି ପୂରଣ କରୁନାହାନ୍ତି । ପୂର୍ବରୁ ଦାବି ପୂରଣ ପାଇଁ ସରକାର ଯେଉଁ ୪ମାସ ସମୟ ନେଇଥିଲେ, ତାର କଣ୍ଟ ବି ଶେଷ ହୋଇଛି । ହେଲେ ସରକାର ଦାବି ପୂରଣ ନେଇ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ତେଣୁ ଆସନ୍ତା ଏକ ମାସ ମଧ୍ୟରେ ସରକାର ଡାକ୍ତରମାନଙ୍କ ଦାବି ପୂରଣ ନକଲେ, ଆଜିଠୁ ଠିକ୍ ଏକ ମାସ ପରେ ସାମୂହିକ ଇସ୍ତଫା ଦେବେ ବୋଲି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍(ଓମ୍ସା) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଓମ୍ସା ପକ୍ଷରୁ ସାମୂହିକ ଇସ୍ତଫା ନେଇ ଚେତାବନୀ; ସରକାର ଦାବି ପୂରଣ ନକଲେ ଏକ ମାସ ପରେ ଓମ୍ସା ସଂଘର ସାମୂହିକ ଇସ୍ତଫା ।












Leave a Reply