ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା; ପ୍ରଧାନ ଶିକ୍ଷକଙ୍କୁ ଗିରଫ କରି ଜେଲ ପଠାଇଲା ପୋଲିସ୍ ।

ଅକ୍ଷର ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଅସଦାଚରଣ ଅଭିଯୋଗରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ବର୍ତ୍ତମାନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରି ଜେଲ ପଠାଇଛି । ପିଡ଼ିତାଙ୍କ ଥାନାରେ ଏତଲା ପରେ ପୋଲିସ, ପ୍ରଥମ ଦୃଷ୍ଟିକୋଣ ପ୍ରମାଣ ପାଇ ପ୍ରଧାନଶିକ୍ଷକଙ୍କୁ ଗିରଫ କରି ପୋକ୍ସ କୋର୍ଟରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଛନ୍ତି ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀ ।

ସୂଚନାଅନୁସାରେ, ଗତ ଏପ୍ରିଲ ୧୫ ତାରିଖ ରାତିରେ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡଙ୍ଗୀଙ୍କ ଦ୍ଵାରା ଅସାଦାଚରଣର ଶିକାର ହୋଇଥିବା ଅଭିଯୋଗ ଆଣି ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ପିଡ଼ିତା ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବୟାନ ରେକର୍ଡ କରିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସିଡବ୍ଲୁସି ନିକଟରେ ହାଜର କରାଇଥିଲେ । କୋର୍ଟରେ ପୀଡିତାଙ୍କ 183 BNSରେ ବୟାନ ରେକର୍ଡ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କୁ ପୋକ୍ସ କୋର୍ଟରେ ହାଜର ପରେ କୋର୍ଟ ତାଙ୍କର ଜାମିନ ନାମଞ୍ଜୁର କରିବାରୁ ଅଭିଯୁକ୍ତ ପ୍ରଧାନଶିକ୍ଷକ ଜେଲ ଯାଇଥିବାର ସୂଚନା ଦେଇଛନ୍ତି ନବରଙ୍ଗପୁର SDPO କୃଷ୍ଣ ଚନ୍ଦ୍ର ଭତରା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)