ନାଳରେ ବୁଡ଼ି ଚାଲିଗଲା ଜୀବନ! ଦେବଗଡ଼ରେ ମୃତଦେହ ଉଦ୍ଧାର

ଅକ୍ଷର ବ୍ୟୁରୋ: ଦେବଗଡ଼ରେ ଚାଞ୍ଚଲ୍ୟ । ନାଳରୁ ଉଦ୍ଧାର ହେଲା ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ । ମୃତକ ହେଲେ ଦେବଗଡ଼ ଥାନା ଅନ୍ତର୍ଗତ ବୁଢ଼ିବିଲ ଗ୍ରାମର ଅମୂଲ୍ୟ ନାଏକ । ଗୁଣ୍ଡୁରିପୋଷି ଗ୍ରାମର ତେନ୍ତୁଳିଦର୍ହ ନାଳରେ ତାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଆଜି ସ୍ଥାନୀୟ ବାସିନ୍ଦା ତେନ୍ତୁଳିଦର୍ହ ନାଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିଥିଲେ । ନିକଟକୁ ଯାଇ ଦେଖିବା ପରେ ଏନେଇ ଦେବଗଡ଼ ଥାନା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାଳରୁ ମୃତଦେହ ଉଦ୍ଧାର କରିଥିଲା । ପରେ ମୃତକଙ୍କ ପରିଚୟ ଅମୂଲ୍ୟ ନାଏକ (୪୯) ବୋଲି ଜଣାପଡ଼ିଥିଲା । ପ୍ରାଥମିକ ଭାବେ ଅମୂଲ୍ୟ ପାଣିରେ ବୁଡ଼ିଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ମାମଲା ରୁଜୁ କରି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial