ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିର ଭଳି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ରହିବ ଆଇନ ବ୍ୟବସ୍ଥା । ଯଦି ନୀତିକାନ୍ତିରେ ତ୍ରୁଟି ବିଚ୍ୟୁତି ଦେଖାଯାଏ ଆକ୍ସନ ଭଳି ପଦକ୍ଷେପ ନିଆଯାଇପାରେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି, ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ୍ । ଆଇନ୍ରେ ଶ୍ରୀମନ୍ଦିର ଭଳି ରହିବ ବ୍ୟବସ୍ଥା । ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷ ଜଷ୍ଟିସ ଦୁର୍ଗା ପ୍ରସନ୍ନ ଚୌଧୁରୀ । ଏହି ଅବସରରେ ଜଷ୍ଟିସ କହିଛନ୍ତି, ମନ୍ଦିର ନୀତିକାନ୍ତି, ସୁରକ୍ଷା, ସେବାୟତଙ୍କ ସୁବିଧା ଅସୁବିଧା ପ୍ରାପ୍ୟ ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ରିପୋର୍ଟରେ ରହିଛି । ଜାନୁଆରୀ ୨୦୨୬ରେ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି । କମିଟି ରିପୋର୍ଟରେ ଭକ୍ତ, ସେବାୟତ, ଏଏସଆଇ, ରାଜ୍ୟ ଗ୍ରନ୍ଥାଗାର, ଆଇନ ବିଶାରଦମାନଙ୍କ ମତ ରହିଛି । ଆଗାମୀ ଦିନରେ ମଧ୍ୟ ଅନେକଙ୍କ ମତ ସଂଗ୍ରହ କରାଯାଇ ଚୂଡ଼ାନ୍ତ ରିପୋର୍ଟ ଆସିପାରେ । କମିଟି ଗଠନ ପରେ ଲିଙ୍ଗରାଜ ମନ୍ଦିରରେ ବିଶୃଙ୍ଖଳା କମିବାରେ ଲାଗିଛି । ଆଗକୁ ରିପୋର୍ଟ ଗୁଡ଼ିକ ଅନୁଧ୍ୟାନ କରି ଆଇନ୍ରେ ପରିଣତ କରିବେ ସରକାର।
ଶ୍ରୀମନ୍ଦିର ଭଳି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ରହିବ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।












Leave a Reply