ଅକ୍ଷର ବ୍ୟୁରୋ: ରାଜ୍ୟରେ ଖୁବଶୀଘ୍ର ନିଗମ ଓ ବୋର୍ଡ ନିଯୁକ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ସୂଚନା । ସେ କହିଛନ୍ତି ଯେ, ଜୁନ ୧୨ରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବ । ଏହା ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ । ନିଗମ ଓ ବୋର୍ଡରେ ନିଯୁକ୍ତି ହେବ । ରାଜ୍ୟର ୨୯ ଜିଲ୍ଲାରେ ଓକିଲ ନିଯୁକ୍ତି ସରିଛି, ଖୋର୍ଦ୍ଧାରେ ବାକି ଅଛି । ଖୁବଶୀଘ୍ର ଖୋର୍ଦ୍ଧା ଜିଲ୍ଲାରେ ଓକିଲ ନିଯୁକ୍ତି ହୋଇଯିବ । ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ମନମୋହନ କହିଛନ୍ତି ଯେ, କେନ୍ଦ୍ରୀୟ ନେତାଙ୍କ ସହ ବୈଠକ ପରେ ସମ୍ପ୍ରସାରଣ ହେବ । ଯେତେବେଳେ ଲାଗିବ ସମ୍ପ୍ରସାରଣ ହେବା ଦରକାର, ସେତେବେଳେ ହେବ । ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲୁ, ସେଥିରୁ ୮୦ ପ୍ରତିଶତ ସାରିଛୁ । ବାକି ଥିବା କାମ ୨ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ ।
ରାଜ୍ୟରେ ଖୁବଶୀଘ୍ର ହେବ ନିଗମ ଓ ବୋର୍ଡ ନିଯୁକ୍ତି; ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା ।












Leave a Reply