ଏଫ୍ଏମ୍ କଲେଜ ଓଡ଼ିଆ ବିଭାଗ ଏଚଓଡି ନାଁରେ ଅଭିଯୋଗ; ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବା whatsapp ଚାଟ୍ ଭାଇରାଲ !

ଅକ୍ଷର ବ୍ୟୁରୋ: ଏଫ୍ଏମ୍ କଲେଜ ଓଡ଼ିଆ ବିଭାଗ ଏଚଓଡି ଛାତ୍ରୀଙ୍କୁ କରୁଛନ୍ତି ପ୍ରେମ ନିବେଦନ । ଏନେଇ ପୂର୍ବରୁ ଜଣେ ଛାତ୍ରୀ ରିଜନାଲ ଡ଼ାଇରେକ୍ଟରଙ୍କ ନିକଟରେ ବେନାମୀ ଚିଠିରେ କରିଥିଲେ ଅଭିଯୋଗ । ଯାହାର ତଦନ୍ତ କରୁଛି ଅନ୍ତରୀଣ ଅଭିଯୋଗ କମିଟି । ସମ୍ପୃକ୍ତ ପ୍ରଫେସର୍ ଙ୍କୁ ଏଚଓଡି ପଦରୁ ସାମୟିକ ଅନ୍ତର ରଖାଯାଇଛି । ହେଲେ ଏବେ ତଦନ୍ତ ଚାଲିଥିବାବେଳେ ସମ୍ପୃକ୍ତ ପ୍ରଫେସର ପିଲାମାନଙ୍କ ଦ୍ଵାରା ଛାତ୍ରୀଙ୍କ whatsapp ଚାଟ୍ ଡିଲିଟ କରିବାକୁ କହୁଥିବା ଅଭିଯୋଗ ହୋଇଛି । ଏ ନେଇ ଆଇ ସି ସି କମିଟି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଓଡ଼ିଆ ବିଭାଗର ଛାତ୍ରୀ । ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବାର whatsapp ଚାଟ୍ ଭାଇରାଲ ହେଉଥିବାବେଳେ ଉକ୍ତ ଛାତ୍ରୀଙ୍କୁ ପରୋକ୍ଷରେ ଚାଟ୍ ଡିଲିଟ୍‌ କରିବାକୁ କହୁଥିବା ଅଭିଯୋଗ ହୋଇଛି ।

ଏଥିସହ ପିଲାଙ୍କୁ ମାନସିକ ନିର୍ୟାତନା ଦେଉଥିବା ବି ଅଭଯୋଗ ହୋଇଛି । ନିଜସ୍ୱ ଲିଖିତ ପୁସ୍ତକ କିଣିବା ପାଇଁ ବାଧ୍ୟ କରିବା ନଚେତ୍ ବ୍ୟାକ୍ ଲଗାଇ ଦେବାର ଧମକ ଦିଆ ଯାଉଛି ବୋଲି ଆଇ ସି ସି ନିକଟରେ ଅଭିଯୋଗ ହୋଇଛି । କ୍ଲାସ୍ ରେ ଘଣ୍ଟା ଘଣ୍ଟା ସମୟ ନେଇ ପାଠ ପଢ଼ାଇବା ବଦଳରେ ଅଶ୍ଳୀଳ କଥା କହୁଥିବାର ମଧ୍ୟ ଅଭିଯୋଗ ହୋଇଛି । ଏବଂ ଯେଉଁ ମାନେ ଏହାକୁ ବିରୋଧ କରନ୍ତି ତାଙ୍କୁ ଟାର୍ଗେଟ କରି ବ୍ୟକ୍ ଲଗାଇ ଦିଆ ଯାଉଥିବା ଆଇ ସି ସି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଅଭିଯୁକ୍ତ ପ୍ରଫେସର ସନ୍ତୋଷ ନାୟକଙ୍କ ବିରୋଧରେ ୯ଜଣ ଛାତ୍ର ଛାତ୍ରୀ ଆଇ ସି ସି ନିକଟରେ ଲିଖିତ ଅଭିଯୋଗ କରି କହିଛନ୍ତି । ଏ ନେଇ କଲେଜ୍ ଅଧକ୍ଷ ଦିନେଶ ଚନ୍ଦ୍ର ଦାସ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)