ବଲାଙ୍ଗୀରରେ ସକାଳୁ ସକାଳୁ ଭୂକମ୍ପ ଝଟ୍‌କା ଅନୁଭୂତ; କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ।

ଅକ୍ଷର ବ୍ୟୁରୋ: ଆଜି ଭୋରୁ ବଲାଙ୍ଗୀରର କିଛି କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ବଲାଙ୍ଗୀର ସହର ସହ ଦେଓଗାଁ, ଆଟଗାଁ ଅଞ୍ଚଳରେ ଆଜି ଭୋର ୪ଟା ୪୦ରେ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଅଞ୍ଚଳବାସୀ ଏକ ବଡ଼ଧରଣର ଶବ୍ଦ ଶୁଣିବା ସହ ଝଟ୍‌କା ଅନୁଭବ କରିଛନ୍ତି । କିଛି କ୍ଷଣ ପାଇଁ କବାଟ, ଝରକା ଦୋହଲିବା ଭଳି ଅନୁଭବ କରିଛନ୍ତି । ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି । କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ଏନେଇ ସରକାରୀ ତଥ୍ୟ ମିଳି ପାରିନାହିଁ, ପରବର୍ତ୍ତୀ ସମୟରେ ସବିଶେଷ ତଥ୍ୟ ମିଳିବ ବୋଲି ଅତିରିକ୍ତ ଜିଲ୍ଲପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)