ଅକ୍ଷର ବ୍ୟୁରୋ: ଲଗାଣ ବର୍ଷାରେ ଧସିଗଲା ଜାତୀୟ ରାଜପଥ। ମହାକାଳପଡ଼ା ଅଞ୍ଚଳ ଦେଇ ଯାଇଥିବା NH-53ର ନୀଳାଚଳ ବଜାର ନିକଟରେ ଆଜି ସକାଳ ପ୍ରାୟ ୮ଟା ସମୟରେ ରାଜପଥର ଏକ ଅଂଶ ହଠାତ୍ ଧସିଯାଇଛି। ଫଳରେ ରାସ୍ତାକଡ଼ରେ ଥିବା ପାଣି ଭିତରକୁ ୩ଟି ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ପ୍ରାଣହାନି ହୋଇନାହିଁ।
ସୂଚନା ଅନୁସାରେ, ଗତ କିଛି ଦିନ ଧରି ମହାକାଳପଡ଼ା ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ଯୋଗୁଁ ନୀଳାଚଳ ବଜାର ନିକଟରେ ଜାତୀୟ ରାଜପଥର ମାଟି ଧସିଯାଇଥିଲା। ରାସ୍ତାର ଏକ ବଡ଼ ଅଂଶ ଧସିଯିବାରୁ ସେହି ରାସ୍ତା ଦେଇ ଯାଉଥିବା ଟ୍ରକ୍ଗୁଡ଼ିକ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ପାଣି ଭିତରକୁ ଓଲଟି ପଡ଼ିଥିଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ଦୁର୍ଘଟଣାରେ କାହାରି ଜୀବନହାନି ହୋଇନଥିବାରୁ ବଡ଼ ଅଘଟଣ ଟଳିଯାଇଛି। ଅନ୍ୟପଟେ, ରାଜପଥ ଧସିବା ଘଟଣାକୁ ନେଇ ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ। ନିମ୍ନମାନର କାମ ଯୋଗୁଁ ବର୍ଷାରେ ରାଜପଥ ଧସିଯାଉଥିବା ଅଭିଯୋଗ କରି ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି ହୋଇଛି।













Leave a Reply