ଅକ୍ଷର ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ଆକଳନକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ବାତ୍ୟା, ବନ୍ୟା ଏବଂ ହିଟ ୱେଭ ପ୍ରବଣ ରାଜ୍ୟ ହେଉଛି ଓଡ଼ିଶା । ଏପ୍ରିଲ ମାସରେ ଝଡ଼ ପବନ ହୁଏ । ମେ’ ମାସରେ ବାତ୍ୟା ହେବା ସମ୍ଭାବନା ଥାଏ । ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ କିଛି ଆକଳନ କରିନାହିଁ । ଛୋଟ ମୋଟ ଏଜେନ୍ସି ଏଭଳି ଆକଳନ କରିଛି । ଏଭଳି ପରିସ୍ଥିତି ସୃଷ୍ଟି ହେଲେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ବାତ୍ୟା ଏବଂ ବନ୍ୟା ଆସିଲେ ଆମେ ପ୍ରସ୍ତୁତ ଅଛୁ । IMD ପକ୍ଷରୁ କ’ଣ ତଥ୍ୟ ଆସିବ ଆମେ ଅପେକ୍ଷା କରୁଛୁ । ଏଜେନ୍ସି ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କହିଛନ୍ତି ।ସେପଟେ ଦେଶର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ । ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ମେ ୭ ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ମେ ମାସର ଦ୍ୱିତୀୟ ଏବଂ ଚତୁର୍ଥ ସପ୍ତାହରେ ଉତ୍ତର-ପଶ୍ଚିମ ଭାରତରେ ଦିନର ତାପମାତ୍ରା ଅଧିକ ରହିବ ।
ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା:












Leave a Reply