ଅକ୍ଷର ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡିର ବନାଞ୍ଚଳ ଚିକିଟି ବ୍ଲକ୍ ମାଆ ରତନେଶ୍ୱରୀ ମନ୍ଦିର ସମ୍ମୁଖ ପାହାଡ଼ରେ ବୁଲୁଛି କଲରାପତରିଆ ବାଘ । ବାଘର ଭିଡିଓ ଭାଇରାଲ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଶନିବାର ରାତି ପାଖାପାଖି ୧୦ଟାରେ ଜକର ପାହାଡ଼ ପାଦ ଦେଶରେ ଥିବା ଏକ ପଥର ଉପରେ ବାଘଟି ଶୋଇଥିବା ଦେଖିବାକୁ ମିଳିଥିଲା । ସେହି ରାସ୍ତାରେ କାର୍ ଓ ବାଇକରେ ଯାଉଥିବା ପଥଚାରୀ ବାଘକୁ ଦେଖିଥିଲେ । ଗାଡ଼ି ଲାଇଟ୍ ପଡ଼ିବା ପରେ ବାଘଟି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିବା ପତ୍ୟକ୍ଷଦର୍ଶୀ କହିଛନ୍ତି । ଅନ୍ୟପଟେ ପାଖାପାଖି ମାସେ ହେଲା ଉକ୍ତ ଅଞ୍ଚଳରେ ଏହି ବାଘଟି ଘୁରି ବୁଲୁଥିବା ନେଇ ବନ ବିଭାଗକୁ ଜଣାଇଛନ୍ତି ସ୍ଥାନୀୟ ଲୋକେ । ପୂର୍ବରୁ ପଡ଼ୋଶୀ ପାତ୍ରପୁର ଅଞ୍ଚଳରେ ମଧ୍ୟ ବାଘ ଥିବା ଭିଡିଓ, ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ବାଘର ଗତିବିଧି ଯାଞ୍ଚ କରୁଛି । ଲୋକଙ୍କୁ ଭୟଭୀତ ନହୋଇ ଜଙ୍ଗଲକୁ ନଯିବାକୁ ବାରଣ କରିଛି ।
ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଗାଁରେ ବୁଲୁଛି କଲରାପତରିଆ ବାଘ; ଭିଡିଓ ଭାଇରାଲ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ।












Leave a Reply