ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲା କଣାସ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ରକୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ । ପୋଲିସ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ ୨ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଅଭିଯୁକ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ କରାଯାଇଛି । ହାପିର ପରିବାର ଲୋକେ ମଧ୍ୟ ସ୍କାନରରେ ଅଛନ୍ତି । ମୁଖ୍ୟ ଅଭିଯୁକ୍ତ ରିମାଣ୍ଡରେ ଆଣିବା ପରେ ପ୍ରକୃତ ସତ୍ୟ ଉନ୍ମୋଚନ ହେବ । ହାପିକୁ ଜେରା ପରେ ଘଟଣାର ପର୍ଦ୍ଦାଫାସ ହେବ । ସୂଚନାଯୋଗ୍ୟ, ସୋମବାର ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର କୋର୍ଟରେ ଆତ୍ମସର୍ମପଣ କରିଥିଲେ । ଘଟଣାରେ ମୋଟ୍ ୬ଜଣ କୋର୍ଟ ଚାଲାଣ ହୋଇଥିବା ବେଳେ ଘଟଣାର ଖୁଲାସା ପାଇଁ ୭ ଦିନର ରିମାଣ୍ଡ ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା । କୋର୍ଟ ୨ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଥିବା ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପୁରୀ ଜିଲ୍ଲା କଣାସ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡରେ ନେବ ପୋଲିସ; ୭ ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ ୨ ଦିନ ପାଇଁ କୋର୍ଟର ଅନୁମତି ।











Leave a Reply