ରାଜ୍ୟରେ ଇଲେକ୍ଟ୍ରି ଗାଡି ବ୍ୟବହାର କରିବେ ସମସ୍ତ ସରକାରୀ ଅଧିକାରୀ; ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ଅକ୍ଷର ବ୍ୟୁରୋ: ଏଣିକି ରାଜ୍ୟରେ ଇଲେକ୍ଟ୍ରି ଗାଡି ବ୍ୟବହାର କରିବେ ସମସ୍ତ ସରକାରୀ ଅଧିକାରୀ । ଆଗାମୀ ଦିନରେ OSRTCର ସବୁ ଗାଡି ଇଭି ହେବ । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜିଠୁ ଇଭି ଗାଡିରେ ଯିବା ଆସିବା କରିବି । ମିତବ୍ୟୟତା ନିଜ ଠାରୁ ଆରମ୍ଭ କରିବି । ପ୍ରତି ବିଭାଗରେ ଥିବା ଗାଡିର ୫୦ ପ୍ରତିଶତ ଗାଡିକୁ EVରେ କନଭର୍ଟ କରାଯିବ । ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ ହେବ । ଚାର୍ଜିଂ ଷ୍ଟେସନ ପାଇଁ ଇଲେକ୍ଟ୍ରି ଭା ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୩୦ଟି ଚାର୍ଜିଂ ଷ୍ଟେସନର କାମ ସରିଛି । କେବଳ ଭୁବନେଶ୍ଵରରେ ୧୫ଟି ଚାର୍ଜିଂ ଷ୍ଟେସନ ରହିଛି । ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଆଗକୁ ଓଡ଼ିଶାରେ ୧୯୨ଟି ଚାର୍ଜିଂ ଷ୍ଟେସନ ହେବ । ଏଥିପାଇଁ ଇଭି ଚାର୍ଜିଂ ଷ୍ଟେସନ କମ୍ପାନୀ ସହିତ ପ୍ରାଥମିକ ଆଲୋଚନା ଶେଷ ହୋଇଛି । 

ମନ୍ତ୍ରୀ ପୁଣି କହିଛନ୍ତି ଯେ, ଇଭି ଗାଡିର ବ୍ୟବହାର ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖମନ୍ତ୍ରୀଙ୍କ ଆଗ୍ରହ ଅଛି । ଏହାଦ୍ୱାରା ପରିବେଶ ସୁରକ୍ଷା ସହିତ, ଆମର ସଞ୍ଚୟ ବି ହେଇପାରିବ । ପ୍ରକୃତି ପରିବେଶ ସନ୍ତୁଳିତ ପାଇଁ ଇଭିର ବ୍ୟବହାର କରିବୁ । ମୁଖ୍ୟମନ୍ତ୍ରୀ ତାଙ୍କ କାରକେଡ ଅଧା କରିସାରିଛନ୍ତି । ମନ୍ତ୍ରୀମାନେ ମଧ୍ୟ ସମାନ ନୀତି ଆପଣାଇବେ । ମୁଁ ଆଜିଠାରୁ ଇଭି ଗାଡ଼ିରେ ଯିବି, ଗୋଟିଏ ଗାଡି ବ୍ୟବହାର କରିବି । ଆବଶ୍ୟକ ନ ଥିଲେ ବସରେ ଯିବି । ବସ ଟ୍ରେନରେ ଗଲେ ଭଲ ଲାଗିବ, ଆମ ସରକାର ଯାହା କୁହନ୍ତି ସେୟା କରନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)