ଅକ୍ଷର ବ୍ୟୁରୋ: ତେଲ ପାଇଁ ଘଟିଛି ବଡ ଅଘଟଣ । କଟକ କାଠଯୋଡି ବ୍ରିଜ୍ ଉପରେ ଘଟିଛି ଏହି ଅଘଟଣ । ଅଧାବାଟରେ ଆମ୍ବୁଲାନ୍ସ ରୁ ପେଟ୍ରୋଲ ସରିଯିବା ଫଳରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକ ବିଷପିଇ ଗୁରୁତର ହେବାରୁ ପରିବାର ଲୋକେ କଟକ ଏସସିବି ମେଡିକାଲକୁ ଆଣିଥିଲେ । ତେବେ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ କୁ ଘରୋଇ ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରିଥିଲେ । ଯିବାବେଳେ କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ଆମ୍ୱୁଲାନ୍ସର ପେଟ୍ରୋଲ ଶେଷ ହୋଇଯାଇଥିଲା । ଫଳରେ କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମିତିକି ଆମ୍ବୁଲାନ୍ସର ଅକ୍ସିଜେନ ମଧ୍ୟ ଶେଷ ହୋଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।
ଆମ୍ବୁଲାନ୍ସରୁ ପେଟ୍ରୋଲ ସରିଯିବାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ












Leave a Reply