ଅକ୍ଷର ବ୍ୟୁରୋ: ରାଜ୍ୟରେ ତେଲ ସଙ୍କଟର ଦୁଃଖ ଚାଲିଥିବା ବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ମଧ୍ୟ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି । ଏହି ବୃଦ୍ଧି ଫଳରେ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ସବୁଠାରୁ ଖୁସିର କଥା ହେଉଛି ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ୨୦୨୬ ଜାନୁଆରୀରୁ ପିଛିଲା ଭାବେ ଲାଗୁ ହେବ । ଏହାସହ ପେନସନଭୋଗୀଙ୍କ ପାଇଁ ଟିଆଇରେ ମଧ୍ୟ ବୃଦ୍ଧି କରାଯାଇଛି । ଏହି ମହଙ୍ଗା ବର୍ଦ୍ଧତ ଭାବେ ଚଳିତମାସ ଦରମାରେ ନଗଦ ଆକାରରେ ମିଳିବ । ପେନସନଭୋଗୀମାନେ ମଧ୍ୟ ଏହି ବର୍ଦ୍ଧିତ ଭତ୍ତା ମେ’ ମାସ ପେନସନ ସହ ପାଇବେ । ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢ଼େ ୮ ଲକ୍ଷ ସରକାର କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।
ସରକାରୀ କର୍ମଚାରୀଙ୍କ ପାଇଁ ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କଲେ ରାଜ୍ୟ ସରକାର ।












Leave a Reply