ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ଗୋଟିଏ ଦିନର ପାଖାପାଖି ୯୨୦ ଏକରରୁ ଅଧିକ ଅଞ୍ଚଳରୁ ଉଚ୍ଛେଦ କରାଯାଇଛି ।

ଅକ୍ଷର ବ୍ୟୁରୋ: ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ଅଲଣ୍ଡା ପାଟଣା ଗାଁ ପାଖ କଙ୍କଡ଼ା ଗଡ ଚିଲିକାରୁ ଚାଲିଛି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ । ଶହଶହ ବେଆଇନ ଚିଙ୍ଗୁଡ଼ି ଘେରିକୁ ଭାଙ୍ଗୁଛି ପ୍ରଶାସନ । କୃଷ୍ଣପ୍ରସାଦ ତହସିଲଦାର ଓ ଆଇଆଇସିଙ୍କ ନେତୃତ୍ୱରେ ଜୋରଦାର କରାଯାଇଛି ଉଚ୍ଛେଦ । ପ୍ରବଳ ମାତ୍ରାରେ ବେଆଇନ ଚିଙ୍ଗୁଡ଼ି ଘେରି କରାଯାଇଥିବା ନେଇ ବହୁ ଦିନ ହେଲା ଅଭିଯୋଗ ଆସୁଥିଲା । ଅଭିଯୋଗ ପରେ ଏବେ ତତ୍ପର ହୋଇଛି ପ୍ରଶାସନ ।

ଚିଲିକା ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଚିଙ୍ଗୁଡ଼ି ଘେରିଗୁଡ଼ିକୁ ନଷ୍ଟ କରାଯାଉଛି । ଗୋଟିଏ ଦିନର ପାଖାପାଖି ୯୨୦ ଏକରରୁ ଅଧିକ ଚିଲିକା ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ଚାରି ଦିନ ପର୍ଯ୍ୟନ୍ତ ଏଭଳି ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିବ ବୋଲି ସ୍ଥାନୀୟ ତହସିଲଦାର ସହଦେଵ ସାହୁ ସୂଚନା ଦେଇଛନ୍ତି । ଆଇନ ଶୃଖଳା ପରିସ୍ଥିତିକୁ ଦେଖି ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ସେପଟେ ଏହା ସେମାନଙ୍କ ପେଟ ପାଟଣା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି କହିଛନ୍ତି ମତ୍ସ୍ୟଜୀବୀ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)