ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମହିଳା ୱାସରୁମରେ ସିକ୍ରେଟ କ୍ୟାମେରା !

ଅକ୍ଷର ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମହିଳା ୱାସରୁମରେ ଲାଗିଛି ସିକ୍ରେଟ କ୍ୟାମେରା । ଏହି କ୍ୟାମେରା କିଏ ଓ କେଉଁ ଉଦେଶ୍ୟରେ ଲଗାଇଥିଲା ତାହା ଜଣାପଡି ନଥିବା ବେଳେ ଏ ବାବଦରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି । ଏତଲା ପାଇ କ୍ୟାମେରାଟିକୁ ଜବତ କରି ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି ତିର୍ତ୍ତୋଲ ପୋଲିସ । ଗତ ୨୫ତାରିଖ ଦିନ ଡିଆରଡିଏର ଜଣେ ମହିଳା କର୍ମଚାରୀ ୱାସରୁମ ଯାଇଥିବା ବେଳେ କ୍ୟାମେରାଟି ଖସି ପଡ଼ିଥିଲା । ତାକୁ ଦେଖି ମହିଳା ଜଣକ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ପରେ ଗତ ୨୬ତାରିଖ ଦିନ ଏନେଇ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ । ପରେ ପୁଲିସ ଡିଆରଡିଏ କାର୍ଯ୍ୟାଳୟର ପହଂଚି ତଦନ୍ତ ଚଳାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)