ଡିଆରଡିଏ କାର୍ଯ୍ୟାଳୟର ମହିଳା ଶୌଚାଳୟରୁ ସିକ୍ରେଟ୍ କ୍ୟାମେରା ଜବତ ଘଟଣା; ଘଟଣାସ୍ଥଳ ପରିଦର୍ଶନ କରିବେ ସାଇବର ପୋଲିସ ଓ ସ୍ୱତନ୍ତ୍ର କ୍ୟାମେରା ଏକ୍ସପର୍ଟ ।

ଅକ୍ଷର ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମହିଳା ଶୌଚାଳୟରୁ ସିକ୍ରେଟ୍ କ୍ୟାମେରା ଜବତ ହେବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତଲା ପାଇବା ମାତ୍ରେ ହିଁ ତିର୍ତ୍ତୋଲ ଥାନା ପୋଲିସ ତୁରନ୍ତ ଡିଆରଡିଏ କାର୍ଯ୍ୟାଳୟରେ ପହଞ୍ଚି ସେହି ରହସ୍ୟମୟ କ୍ୟାମେରାକୁ ଜବତ କରିବା ସହ ଘଟଣାର ଖୋଳତାଳ ଆରମ୍ଭ କରିଛି । ଏହି ସିକ୍ରେଟ କ୍ୟାମେରା କିଏ ଏବଂ କେଉଁ ଉଦ୍ଦେଶ୍ୟରେ ୱାସରୁମ୍ ଭିତରେ ଲଗାଇଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

ତେବେ ଏହି ସମ୍ବେଦନଶୀଳ ମାମଲାରେ ଆଜି ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଉଛି । ସାଇବର ପୋଲିସ ସମେତ ସ୍ୱତନ୍ତ୍ର କ୍ୟାମେରା ଏକ୍ସପର୍ଟମାନେ ଆଜି ଘଟଣାସ୍ଥଳ ପରିଦର୍ଶନ କରି କ୍ୟାମେରାର ବୈଷୟିକ ଦିଗ ଅନୁଧ୍ୟାନ କରିବେ । ଆଜି ସାଇବର ଟିମ୍ ଏବଂ ବୈଷୟିକ ବିଶେଷଜ୍ଞମାନଙ୍କ ଯାଞ୍ଚ ପରେ ଏହି ଡିଭାଇସ୍‌ରେ କୌଣସି ଡାଟା ରେକର୍ଡ ହୋଇଛି କି ନାହିଁ କିମ୍ବା ଏହା ପୂର୍ବରୁ ସକ୍ରିୟ ଥିଲା କି ନାହିଁ, ସେ ସମ୍ପର୍କରେ ସଠିକ୍ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି । ତେବେ ଜବତ ହୋଇଥିବା ସ୍ପାଏ କ୍ୟାମେରାଟି ବର୍ତ୍ତମାନ ଅଚଳ ବା କାର୍ଯ୍ୟହୀନ ଅବସ୍ଥାରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ତିର୍ତ୍ତୋଲ ଏସଡିପିଓ ଅଜୟ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)