ଅକ୍ଷର ବ୍ୟୁରୋ: ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବର୍ତ୍ତମାନ ସୁଦ୍ଧା ୩ ରଥର ୪ ଗୟଳ କାମ ଶେଷ ହୋଇଛି । ରଥର ଦଣ୍ଡାଫ୍ରେମ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ୫ ଦଣ୍ଡାରେ ମୁହାଁଟ ସଂଯୋଗ କରାଯିବ । ମୁହାଁଟରେ ୫ଟି ସାଲଗୁଜ ଏବଂ ପରେ ମୁହାଁଟରେ ୩ଟି ଜଳଯନ୍ତ୍ର ଖଂଜାଯାଇଛି । ଦୁଇ ପାଶ୍ୱରେ ଗୋଟିଏ ଲେଖାଏଁ କୋଣଗୁଜ ଉଠି ସେହି ଗୁଜ ଉପରେ ନିରାଡ଼ି ସଂଯୋଗ ହୋଇଥିଲା । ପାଞ୍ଚ ଦଣ୍ଡାର ଦୁଇ ପାଶ୍ୱରେ କୁଡୁକା ସଂଯୋଗ ହୋଇ ପାର୍ଶ୍ୱ ଦଣ୍ଡା ସଂଯୋଗ କରାଯାଇଛି । କରତି ସେବକ ମାନେ ଦର୍ପଦଳନ ରଥର ୪୦ ଫୁଟିଆ ପୋଲ ଗୟଳର ଚିତା କାର୍ଯ୍ୟ ଶେଷ କରି ରିରଟ କାର୍ଯ୍ୟ ଶେଷ କରିଛନ୍ତି । ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ୩ ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା ଓ ପୋଟଳ କଣ୍ଟା ନିର୍ମାଣ କରୁଛନ୍ତି ।
ରଥଖଳାରେ ଦଣ୍ଡାଫ୍ରେମ ନିର୍ମାଣ କାର୍ଯ୍ୟ ଶେଷ; ୫ ଦଣ୍ଡାରେ ସଂଯୋଗ କରାଯିବ ମୁହାଁଟ ।









Leave a Reply