ଅକ୍ଷର ବ୍ୟୁରୋ: ମନ୍ କି ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାର ବେଲପଣାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଓଡ଼ିଶାର ସୁବର୍ଣ୍ଣରେଖା ଆମ୍ୱ କଥା ବି କହିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରବିବାର ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ସେ ଗ୍ରୀଷ୍ମ ଋତୁରେ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଦେଶର ବିଭିନ୍ନ ସ୍ଥାନର ପାରମ୍ପରିକ ପାନୀୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ପେଟକୁ ଥଣ୍ଡା ରଖୁଥିବା ବେଲପଣା ପିଇବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ସ୍ପେସାଲ ପଣା ବିଷୟରେ କହି ଓଡ଼ିଶାର ସ୍ୱତନ୍ତ୍ର ବେଲପଣା ବାବଦରେ ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାର ବେଲପଣା ଓ ସୁବର୍ଣ୍ଣରେଖା ଆମ୍ବକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।
ମନ୍ କି ବାତ୍ରେ ଗ୍ରୀଷ୍ମ ପ୍ରବାହକୁ ନେଇ ମୋଦି କହିଛନ୍ତି, ଗ୍ରୀଷ୍ମ ଋତୁରେ ପ୍ରାକୃତିକ ଓ ସ୍ଥାନୀୟ ପାନୀୟର ଚାହିଦା ବଢ଼ିଥାଏ । ଏହି ପାନୀୟ କେବଳ ଶରୀରକୁ ଥଣ୍ଡା ରଖେ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଦେଶର ବିଭିନ୍ନ ଅଞ୍ଚଳରେ ମିଳୁଥିବା ପାରମ୍ପରିକ ପାନୀୟ ମଧ୍ୟରେ ଓଡ଼ିଶାର ବେଲପଣା ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି ବୋଲି ସେ କହିଥିଲେ । ବେଲ ଫଳରୁ ପ୍ରସ୍ତୁତ ଏହି ପାନୀୟ ଶରୀରକୁ ଶୀତଳ ରଖିବା ସହ ପାଚନ ପ୍ରକ୍ରିୟାକୁ ସୁଦୃଢ଼ କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ ।















Leave a Reply