ମହାନଦୀ ସେତୁ ଉପରୁ ପାଣିକୁ ଡେଇଁଲେ ମହିଳା; ମହିଳାଙ୍କୁ ଉଦ୍ଧାର କଲେ କିଛି ସ୍ଥାନୀୟ ଯୁବକ ।

ଅକ୍ଷର ବ୍ୟୁରୋ: ମହାନଦୀ ସେତୁ ଉପରୁ ପାଣିକୁ ଡେଇଁଲେ ମହିଳା । ସୋନପୁର ମହାନଦୀ ସେତୁ ଉପରୁ ଆଜି ଜଣେ ମହିଳା ମହାନଦୀ ଗର୍ଭକୁ ଡେଇଁ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି । ଆଜି ସକାଳେ ଜଣେ ଦମ୍ପତ୍ତି ଏକ ମୋଟର ସାଇକେଲରେ ଆସି ବ୍ରିଜ ଉପରେ ଅଟକି ଥିଲେ । ଉଭୟେ କିଛି ସମୟ ଫଟୋ ଉଠେଇଥିଲେ । ତେବେ ହଠାତ ମହିଳା ଜଣକ ମହାନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ । ମହାନଦୀରେ ଗାଧୋଉଥିବା କିଛି ସ୍ଥାନୀୟ ଯୁବକ ହଠାତ ଘଟଣା ସ୍ଥଳକୁ ଯାଇ ମହିଳା ଜଣକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଖବର ପାଇ ଦମକଳ ବାହିନୀର କର୍ମକର୍ତ୍ତା ମଧ୍ୟ ଘଟଣା ସ୍ଥଳରେ ପହଁଚି ମହିଳାଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି । ଗୁରୁତର ମହିଳା ଜଣକ ବର୍ତ୍ତମାନ ସୋନପୁର ଡାକ୍ତରଖାନରେ ଚିକିତ୍ସାଧୀନ ଅଛନ୍ତି । ମହିଳା ଜଣକ ସୋନପୁର ଥାନା କଇଁଫୁଲ ଅଞ୍ଚଳର ହୋଇଥିବା ଜଣାପଡିଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ମହିଳା ଜଣକ ଏଭଳି ପଦକ୍ଷେପ ନେଉଥିଲେ ତାହା ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)